ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ମାତୃ ବିୟୋଗ 

ସାମ୍ବାଦିକ ମାତୃ ବିୟୋଗ 

ନର୍ଲା/ମସିହା/20/04/24 // ଶୁକ୍ରବାର ଅପରାହ୍ନରେ ବରଗଡର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ତଥା ରୁପ୍ରାରୋଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣାଙ୍କ ମାତା ପଦ୍ମିନୀ ରଣା (୭୧)ଙ୍କ ଦେହାନ୍ତ ହୋଇଛି । ବରଗଡରୁ ମରଶରୀର ନିଜ ଗାଁ ବିଲାଟରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ବର୍ଗର ଲୋକେ ଗାଁ କୁ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସ୍ବାମୀ ବୀରକିଶୋର ରଣା ସମେତ ଜ୍ୟେଷ୍ଠ ପୁତ୍ର ହେମକାନ୍ତ ଚିତ୍ତରଞ୍ଜନ, ଚମ୍ପକଲାଲ୍ ଓ ନଳିନୀକାନ୍ତ ,ଏକମାତ୍ର ଝିଅ ମୀରା,ସମସ୍ତ ପୁତ୍ର ବଧୂ,ଜାମାତା, ନାତି ନାତୁଣୀ,ଗ୍ରାମବାସୀ, ସାମ୍ବାଦିକଗଣ, ବନ୍ଧୁବର୍ଗ,ପରିଜନ ଶ୍ମସାନରେ ଉପସ୍ଥିତ ଥିଲେ । ଦୁଃଖଦ ପରିବେଶରେ ପରିବାର ବର୍ଗଙ୍କୁ ସମସ୍ତେ ସାନ୍ତ୍ବନା ଦେଇଥିବା ବେଳେ ମାତା ପଦ୍ମିନୀ ଜଣେ ସହନଶୀଳ ଗୃହିଣୀ,ମିଷ୍ଠଭାଷୀ, ଧର୍ମପରାୟଣା,ମେଳାପି ଓ ସମଦର୍ଶିନୀ ମହିଳା ଥିଲେ ବୋଲି ସମସ୍ତେ ଗୁଣଗାନ କରିଥିଲେ । ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ହେମକାନ୍ତ ମୁଖାଗ୍ନି ଦେଇଛନ୍ତି ।

ଦୀପକ ଠାକୁର, ନର୍ଲା

Related posts

ତେନ୍ତୁଳିଖୁଣ୍ଟି ବ୍ଲକ , ଶୌଚାଳୟ ଥାଇ କାମକୁ ଆସୁନି ! ସାଧାରଣ ଜନତା ହନ୍ତସନ୍ତ   

masiha

ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିରର ନୂତନ କମିଟି ଗଠନ ପ୍ରସ୍ତୁତି ବୈଠକ 

Sunil Chandra Nayak

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ

Sunil Chandra Nayak

Leave a Comment

error: Content is protected !!