ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରସୋଳ ପୋଲିସର ବଡ଼ସଫଳତା ଜବତ କଲେ ବିପୁଳପରିମାଣର ବିଦେଶୀ ମଦ 

ରସୋଳ ପୋଲିସର ବଡ଼ସଫଳତା ଜବତ କଲେ ବିପୁଳପରିମାଣର ବିଦେଶୀ ମଦ 

ଢେଙ୍କାନାଳ (ମନିସ )9/5/25 // ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରସୋଳ ପୋଲିସ ଆଜି ଜବତ କରିଛି ବିପୁଳ ପରିମାଣର ବିଦେଶୀ ମଦ। ବିପୁଳପରିମାଣର ଚୋରାବିଦେଶୀ ମଦ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଉପ-ଅଧିକ୍ଷକ ସତ୍ୟକୁମାର ନନ୍ଦଙ୍କ ନିର୍ଦେଶକ୍ରମେ ଆଜି ରସୋଳ ପୋଲିସ ଏସଆଇ ପ୍ରତାପ ଦଳେଇ ସଦଳେବଳେ ରସୋଳଥାନା ବଦାଳୋ ବସଷ୍ଟାଣ୍ଡ ନିକଟରେ ଦିନ ୧୧ଟା ସମୟରେ ଛକିରହି ଏକ ବାଇକ ନଂ OD19-R9074ରେ ମଦଆଣୁଥିବା ଜୈନିକ ବ୍ୟକ୍ତିକୁ ଅଟକାଇ ତାଙ୍କ ଠାରୁ ୭୩. ୯୮୦ଲିଟର ମଦ ଜବତ କରି ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ଜଣକ ହେଲା ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଜିଲ୍ଲାର ଝରିଆ ଥାନା ଅନ୍ତର୍ଗତ ଚୀନକୋଠି ଷ୍ଟେସନରୋଡ଼ ହନୁମାନମନ୍ଦିର ନିକଟ ବାସିନ୍ଦା ରାମଜି ଯାଦବଙ୍କ ପୁଅ ମନୀଷ କୁମାର(୨୦) ଏବଂ ଜବତମଦର ପରିମାଣ ହେଲା ୧୨ଟି ଓ଼ଲ୍ଡମଗ, ୯ଟି ମ୍ୟକଡୋଲା ନଂ ୧,ମହାରାଣୀ ବିୟର ୨୪ଟା, ଫୋରଷ୍ଟରବିୟର ୬୦ଟି ଓ ତ୍ୱସର୍ଗ ବିୟର ୨୪ଟି। ପୋଲିସ ମନୀଷକୁ ଗିରଫ କରି କେଶନଂ ୧୩୧/୨୦୨୫ରେ କୋର୍ଟ ଚାଲାଣ କରିଥିବାବେଳେ ସେ ଉକ୍ତ ଚୋରାବିଦେଶୀ ମଦ ହିନ୍ଦୋଳରୋଡ଼ ଫରେନଲିକର ମଦଦୋକାନରୁ ଏହି ମଦ ଆଣୁଥିବା ଜେରାରେ ପ୍ରକାଶ କରିଛି। ତେବେ ପୋଲିସର ଏହି ସିରିଜ ଚଢ଼ାଉରେ ଚୋରା ମଦବେପାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବାବେଳେ ହିନ୍ଦୋଳ ଉପଖଣ୍ଡ ପୋଲିସ ଏସଡ଼ିପିଓ ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ସମସ୍ତ ଥାନାର ପୋଲିସଙ୍କୁ ବିଭିନ୍ନ ଅପରାଧୀକ ଦମନ କ୍ଷେତ୍ରରେ ସଫଳତା ମିଳୁଥିବାରୁ ଜନସାଧାରଣ ପୋଲିସଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଅଭିଯୋଗରେ ୪ଗିରଫ 

ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ 

Sunil Chandra Nayak

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

Leave a Comment

error: Content is protected !!