ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାବେରି ବାଡ଼ି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ 

କାବେରି ବାଡ଼ି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ 

ବନ୍ଧୁଗାଁ ତା, ୫/୫/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବେରି ବାଡ଼ି ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ସଚେତନତା ଅଭିଯୋଗ ଶୁଣାନୀ ଶିବିର ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆଜିର ଶିବିର ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ସଂମାନୀୟ ଭାବରେ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ ଉପସ୍ଥିତ ରହିଥିବା ବେଳେ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ସୁସ୍ମିତା ପିଡ଼ିକା ଓ ସମିତି ସଭ୍ୟ କିଶୋର ରାଉତ ଉପସ୍ଥିତ ରହିଥିବା ବେଳେ ୧୧ ଗୋଟି ଅଭିଯୋଗ ହୋଇଥିଲା I ଏଥିରେ ପ୍ରମୁଖ ୭ ଟି ଗୋଷ୍ଟିଗତ ସମସ୍ୟା ହୋଇଥିବା ବେଳେ ୪ ଟି ସମସ୍ୟା ଗତ ଅଭିଯୋଗ ଶୁଣାନୀ ହୋଇଥିଲା I ଆଜିର ଏହି ଶିବିରରେ ବ୍ଲକର ଶିଶୁ ବିକାଶ ଅଧିକାରୀ ସିଡ଼ିପିଓ ଶ୍ରୀମତି ଗୀତାଞ୍ଜଲି ମହାରଣା ଓ ସୁପର ବାଇଜର ଓ ପଞ୍ଚାୟତ ର ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ, ଭିଆରପି ଓ ସିଆରପି, ବନ ବିଭାଗ, ଶିକ୍ଷା ବିଭାଗ, ମଙ୍ଗଳ ସମ୍ଫ୍ରସାରଣୀ ଆଧିକାରୀ,ପ୍ରାଣୀକେନ୍ଦ୍ର ବିଭାଗ, ଓ ବ୍ଲକର ଆରକ୍ଷୀ ବିଭାଗ ଓ ସରକାରୀ ବିଭାଗର ସମସ୍ତ କର୍ମଚାରି ଓ ପଞ୍ଚାୟତର ଛୋଟ ବଡ଼ ଭଦ୍ରବ୍ୟକ୍ତି ମାନେ ଅଧିକ ଭାବରେ ଆଜିର ପଞ୍ଚାୟତ ସ୍ତରୀୟ ସଚେତନତା ଅଭିଯୋଗ ଶୁଣାନୀ ଶିବିରରେ ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସୁରକ୍ଷା କରିବା ପାଇଁ ଉପସ୍ଥିତ ରହି ଆଜିର ଶିବିର ସାଫଲ୍ୟ କରିଥିଲେ I 

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ଭାଟକୁମରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା 

Sunil Chandra Nayak

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧକ୍ଷ ନିଯୁକ୍ତି

Sunil Chandra Nayak

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!