ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର ଉଦଯାପିତ

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର ଉଦଯାପିତ

 ମୟୂରଭଞ୍ଜ – ୨୦/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଫେବୃଆରୀ ୨୦ ତାରିଖ ଦିନ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର କାର୍ଯ୍ୟକ୍ରମ ୯ ଓ ୧୦ ନମ୍ବର ଓ୍ବଆର୍ଡକଉ ନେଇ ଅଁଳାଡୁବା ଗ୍ରାମସ୍ଥ ଶ୍ରୀ ରଘୁନାଥ ଜୀଉ ମଠ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ଥିଲା ସହରୀ ସଚେତନତାର ଅନ୍ତିମ ଦିବସ ।ଏଥିରେ ଭାରାପ୍ରାପ୍ତ ପୌରାଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ,ପୌରାଧ୍ଯକ୍ଷା ମମିତା ଚୌଧୁରୀ, କାଉନସିଲର ପୁର୍ଣିମା ମହାନ୍ତଙ୍କ ସମେତ ଅନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ ।ପୌରାଧ୍ଯକ୍ଷ ଅଭିଶେକ ପଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ଜନହିତକର କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ରାଇରଙ୍ଗପୁର ସହର ବିକାଶ ପଥରେ ଆଗେଇ ଚାଲିଛି ।ରାଜ୍ୟର ଶ୍ରେଷ୍ଠ ୧୦ ଟି ମ୍ୟୁନିସିପାଲଟି ତାଲିକାରେ ସ୍ଥାନ ପାଇଛି ।ମୁକ୍ତା ଯୋଜନାରେ ମହିଳାମାନଙ୍କ ଭୂମିକା ଅନନ୍ୟ ।ସହରି ସୌନ୍ଦ୍ଯ୍ଯକରଣ,ମିଶନ ଶକ୍ତି,ମୋ ଖତ,ପାର୍କ,ପରିସ୍ରାଗ୍ରାର,କମ୍ୟୁନିଟି ସେଣ୍ଟର,ଜାଗା ମିଶନ,ମୋ ପୋଖରୀ,ପବ୍ଲିକ ଜିମ୍, ଭେଣ୍ଡିଂ ଜୋନ,ଓ୍ବାକିଂଟ୍ରାକ,ଶିଶୁ କ୍ରୀଡା ଉଦ୍ୟାନ,ଆଶ୍ରୟ ଗୃହ ,ଆହାର କେନ୍ଦ୍ର,କଲ୍ୟାଣ ମଣ୍ଡପ,ସେଲଫି ପଏଣ୍ଟ ଭଳି ଵହୁବିଧ ଉନ୍ନତି କରଣ କରାଯାଇଛି । ଆଗକୁ ଆହୁରି ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ । ଏଥିରେ ମିଶନ ଶକ୍ତି ସଦସ୍ୟ,ଅଙ୍ଗନବାଡ଼ି କର୍ମୀ,ଜଳ ସାଥୀ ସେତ ସମସ୍ତ ଲାଇନ ଡିପାର୍ଟମଏଣ୍ଟ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନାଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ ।ପୌରାଧିକାରୀ ରମେଶ ନାୟକ କହିଥିଲେ ଯେଉଁ ମାନେ ସରକାରୀ ଯୋଜନାରେ ଵଂଚିତ ହୋଇଛନ୍ତି ସେମାନେ ସରକାରଙ୍କ ଗାଇଡ ଲାଇନ କୁ ମାନି ଆସନ୍ତୁ ଏବଂ ସେମାନଙ୍କ ସହଯୋଗ ଓ ସହାୟତା ପ୍ରଦାନ କରାଯିବ ।

 ନୀଳକଣ୍ଠ ବିଶ୍ଵାଳ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଫେବୃଆରୀ ୧୬ ରୁ ଆଜି ଫେବୃଆରୀ ୨୦ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ରାଇରଙ୍ଗପୁର ପୌରପାଳିକାର ସମସ୍ତ ଓ୍ବାର୍ଡ ରେ ସହରୀ ସଚେତନତା ଶିବିର ଉଦଯାପିତ ହୋଇଯାଇଛି । ପୌରପାଳିକାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୧୭୭ ତମ ଆଇନଜୀବୀ ଦିବସ ପାଳିତ 

masiha

ଧର୍ମଗଡ ତେଲନଦୀ ପଠାରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରାଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ 

masiha

ମସିହା ପ୍ରଭାବ -ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ହସ୍ତାନ୍ତର ତାରିଖ ନିର୍ଦ୍ଧାରିତ ହେଲା

Sunil Chandra Nayak

Leave a Comment

error: Content is protected !!