ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ତେରେସିଂହାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ମହିଳା, କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତହୀନତା, ରକ୍ତଚାପ, ମଧୁମେହ, କର୍କଟ ରୋଗର ପ୍ରାଥମିକ ଚିହ୍ନଟ, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା, ମହିଳା ଓ କିଶୋରୀ ବାଳିକାଙ୍କ ଋତୁସ୍ରାବ ପରିଚ୍ଛନ୍ନତା ରହି ମହିଳାମାନେ ସୁସ୍ଥ ରହିଲେ ଦେଶର ବିକାଶ ବୋଲି ଆଲୋକପାତ କରିଥିଲେ I ଏଥିରେ ପିଏଚଇଓ କିଶୋର ଚନ୍ଦ୍ର ଦାଶ, ଡାକ୍ତର ଚୁଲେଶ୍ୱର ହାତୀ, ଆୟୁଷ ଡାକ୍ତର ମଧୁସ୍ମିତା ପତି, ଫାର୍ମାସିଷ୍ଟ ସୁନୀଲ କୁମାର ବାଗ, ଏଏନଏମ ସୁଷମା ରଣା, ୱାର୍ଡ ଆଟେଡେଣ୍ଟ ବିଜୟୀ କୁମାର ସାହୁ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ସନତ କୁମାର ସାହୁ ଉପସ୍ଥିତ ଥିବା ବେଳେ ସୁରକ୍ଷା କର୍ମୀ ବିପିନ ବଗର୍ତି ସମେତ ସମସ୍ତ ଆଶା ଦିଦି ଓ ଅଙ୍ଗନାୱାଡି ଦିଦି ସହଯୋଗ କରିଥିଲେ I 

Related posts

ଚଳନାରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ

Sunil Chandra Nayak

ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଥିଲା ଏବେ ବର୍ଷା ରେ ଆପ୍ରୋତ ରୋଡ଼ ଭାସି ଯାଇଛି ଯାତାୟତ ର ବିକଳ୍ପ ଅନ୍ୟ ରାସ୍ତା

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!