ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁସି ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ସାକ୍ଷାତ କଲେ ବାପା ମାଙ୍କୁ ହରାଇ ଥିବା ପରିବାର ବର୍ଗଙ୍କୁ

ଖୁସି ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ସାକ୍ଷାତ କଲେ ବାପା ମାଙ୍କୁ ହରାଇ ଥିବା ପରିବାର ବର୍ଗଙ୍କୁ

ଜୁନାଗଡ଼ ୨୩/୦୯ (ମନୀସ):-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଚାରି ଭାଇ ଭଉଣୀ କୁ ଛାଡ଼ି ଆର ପାରି କି ଚାଲି ଯାଇଥିବା ଖବର ଖୁସି ଚାରିଟେବୁଲ ଟ୍ରଷ୍ଟ ର କର୍ଣ୍ଣ ପାତ ହେବାର କିଛି ଦିନ ପରେ ଉକ୍ତ ଟ୍ରଷ୍ଟ ର ସଭାପତି ଶ୍ରୀ ଯଶୋବନ୍ତ ରଣା , କୋଷାଧ୍ୟକ୍ଷ ଶ୍ରୀ ଧୀରେନ୍ଦ୍ର ସୁନାନି ଏବଂ ସଦସ୍ୟ ମହେନ୍ଦ୍ର ନାଏକ । ବାପା ମାଆଙ୍କୁ ହରାଇଥିବା ଭାଇ ଭଉଣୀଙ୍କୁ ସାକ୍ଷାତ କରି ସେମାନଙ୍କ ଥଇଥାନ ଏବଂ ସେମାନେ କିପରି ସରକାରୀ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ସର୍ବଶେଷରେ ଖୁସି ଚାରିଟେବୁଲ ର ସଭାପତି ଶ୍ରୀ ଯଶୋବନ୍ତ ରଣା ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରି କହିଲେ ଯେ ଉକ୍ତ ପରିବାରକୁ ସ୍ୱଇଛାରେ ସାହାଯ୍ୟ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ଏଭଳି ମହତ କାର୍ଯ୍ୟ କରିଥିବାରୁ ଖୁସି ଚାରିଟେବୁଲ ଟ୍ରଷ୍ଟ କୁ ପ୍ରଶଂସା କରିଥିଲେ ଲୋକେ ।ଅନ୍ୟପକ୍ଷରେ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କେତେ ଉକ୍ତ ପରିବାର କୁ ସାହାଯ୍ୟର ହାତ ବଢ଼ାଉଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୨୨ ପରୀକ୍ଷାର୍ଥୀ

masiha

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!