ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦର ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନରେ କଳାକାରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି : ମହାସଂଘ 

ସୁନ୍ଦର ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନରେ କଳାକାରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି : ମହାସଂଘ 

ବ୍ରହ୍ମପୁର, ତା. ୦୧/୦୬ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ କୋଦଳା ବ୍ଲକ ଅନ୍ତର୍ଗତ ଛଚିନା ପୁରୁଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ଚେୟାରମ୍ୟାନ ନିଶାକର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ସୁନ୍ଦର ସୃଷ୍ଠୁ ସମାଜ ଗଠନ କ୍ଷେତ୍ରରେ କଳାକାର ମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଉଦବୋଧନ ଦେଇଥିଲେ । ଏହି ଅବସରରେ ସୁନାମଧନ୍ୟ ମୃଦଙ୍ଗ ବାୟକ ଗୁରୁ ନବଘନ ସେଠୀ, ଲୋକ ଗୀତ ଶିଳ୍ପୀ ତ୍ରିଲୋଚନ ପଲାଇ, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । ମହାସଂଘ ସଦସ୍ୟ କୁନୁ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀଶ୍ରୀଶ୍ରୀ କପିଳେଶ୍ୱର ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟା ମାନଙ୍କୁ ମହାସଂଘ ତରଫରୁ ପରିଚୟ ଫଳକ ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁ ଝୁନୁ ସାହୁ, ଇନ୍ଦୁମତୀ ବିଶ୍ୱାଳ, ସବିତା ବିଶ୍ୱାଳ, ଅମ୍ବିକା ନାହାକ, ସୁନିତା ପରିଡ଼ା, ବାସନ୍ତୀ ପ୍ରଧାନ, ଗୋଲାପ ମହାନ୍ତି, ରେଣୁ ସେଠୀ, କାମିନୀ ପାଣ୍ଡୀ, ଲିଲି ସେଠୀ, କୁନ୍ତଳା ବାରିକ, ସୀତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଛଚିନା ମହିଳା ସଂକୀର୍ତ୍ତନ ମଣ୍ଡଳୀ ବରିଷ୍ଠ କଳାକାର ସଙ୍ଘର କଳାକାର ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବା ସୂଚନା ଦେବାସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

“ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ମୁକ୍ତିଲାଭ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ଦିର ପ୍ରଶାସନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଦାବି

Sunil Chandra Nayak

ମାଣିକେଶ୍ବରୀ ୟୁନିଭର୍ସିଟିର ଛାତ୍ରୀ ତୋଫାଳୀ ମୃତ୍ୟୁ ଘଟଣାକୁ ରାଜନୀତି କରଣକୁ ନିନ୍ଦା ; ନ୍ୟାୟ ପାଇଁ ଲଢ଼େଇ ଜାରୀ ରଖିବ ଫୋରମ୍ 

masiha

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

masiha

Leave a Comment

error: Content is protected !!