ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦର ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନରେ କଳାକାରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି : ମହାସଂଘ 

ସୁନ୍ଦର ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନରେ କଳାକାରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି : ମହାସଂଘ 

ବ୍ରହ୍ମପୁର, ତା. ୦୧/୦୬ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ କୋଦଳା ବ୍ଲକ ଅନ୍ତର୍ଗତ ଛଚିନା ପୁରୁଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ଚେୟାରମ୍ୟାନ ନିଶାକର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ସୁନ୍ଦର ସୃଷ୍ଠୁ ସମାଜ ଗଠନ କ୍ଷେତ୍ରରେ କଳାକାର ମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଉଦବୋଧନ ଦେଇଥିଲେ । ଏହି ଅବସରରେ ସୁନାମଧନ୍ୟ ମୃଦଙ୍ଗ ବାୟକ ଗୁରୁ ନବଘନ ସେଠୀ, ଲୋକ ଗୀତ ଶିଳ୍ପୀ ତ୍ରିଲୋଚନ ପଲାଇ, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । ମହାସଂଘ ସଦସ୍ୟ କୁନୁ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀଶ୍ରୀଶ୍ରୀ କପିଳେଶ୍ୱର ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟା ମାନଙ୍କୁ ମହାସଂଘ ତରଫରୁ ପରିଚୟ ଫଳକ ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁ ଝୁନୁ ସାହୁ, ଇନ୍ଦୁମତୀ ବିଶ୍ୱାଳ, ସବିତା ବିଶ୍ୱାଳ, ଅମ୍ବିକା ନାହାକ, ସୁନିତା ପରିଡ଼ା, ବାସନ୍ତୀ ପ୍ରଧାନ, ଗୋଲାପ ମହାନ୍ତି, ରେଣୁ ସେଠୀ, କାମିନୀ ପାଣ୍ଡୀ, ଲିଲି ସେଠୀ, କୁନ୍ତଳା ବାରିକ, ସୀତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଛଚିନା ମହିଳା ସଂକୀର୍ତ୍ତନ ମଣ୍ଡଳୀ ବରିଷ୍ଠ କଳାକାର ସଙ୍ଘର କଳାକାର ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବା ସୂଚନା ଦେବାସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ : ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ : ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର : ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

Sunil Chandra Nayak

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

masiha

Leave a Comment

error: Content is protected !!