ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୋଳପୂର୍ଣ୍ଣିମାରେ ଗୋପାଳ ସାମ୍ପ୍ରଦାୟର ଗୋଠ ପୂଜା 

ତିର୍ତ୍ତୋଲ :- 07/03/23:- ଋତୁରାଜ ବସନ୍ତ ଯେତେ ବେଳେ ଧରାପୃଷ୍ଟରେ ସବୁଜିମା ଭରିଦିଏ, ଠିକ କୋଇଲିର କୁହୁ ମୂର୍ଚ୍ଛନା ଜନମନ ମୋହିନେଉଥାଏ ! ଏହି ସମୟରେ ଫଗୁଣ ମାସର ଆଗମନ ସାଙ୍ଗକୁ ଓଡ଼ିଶାର କୋଣ ଅନୁକୋଣରେ ଫଗୁ ଦଶମୀ ତଥା ଦୋଳ ଦଶମୀ ଦିନଠାରୁ ରାଧାକୃଷ୍ଣଙ୍କର ମିଳିତ ଯୁଗଳ ମୂର୍ତ୍ତୀ ସ୍ୱତନ୍ତ୍ର ବିମାନରେ ଗ୍ରାମ ଭ୍ରମଣ କରିଥାନ୍ତି ! କେଉଁଠି କେଉଁଠି ଦୋଳ ମଣ୍ଡପ ମାନଙ୍କରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନ ଗୁଡିକୁ ନେଇ ମେଲଣ କରାଯାଇଥାଏ ! ଯାନିଯାତ୍ରାରେ ଖୁସିର ମାହୋଲ ପୁରା ଜମିଯାଏ ! ବିକାକିଣା ଚାଲେ, କ୍ଷୀରିପୁରୀ, ପୀଠାପଣା ରେ ଆନନ୍ଦ ମନାନ୍ତି ଲୋକମାନେ ! ବିଶେଷ କରି ଗୋପାଳ ସାମ୍ପ୍ରଦାୟରେ ଗୋରୁ ଗାଈ ମହିଷୀ ଆଦିଙ୍କୁ ପୂଜାର୍ଚନା କରାଯାଇଥାଏ ! ସମସ୍ତ ପରିବାର ନୂତନ ବସ୍ତ୍ର ପରିଧାନ କରିଥାନ୍ତି ! ପୁରୁଷ ମାନେ ନୂଆ ବସ୍ତ୍ର ପିନ୍ଧି,ଗୋଠ କୁ ବାହୁଙ୍ଗୀ ଭାର ବହନକରି ଯାଇଥାନ୍ତି ଗୋଠ ପୂଜା ପାଇଁ ! ଗୋପାଳ ଯୁବା ମାନେ ହାତରେ କାଠି ଧରି ଲଉଡ଼ି ଖେଳି ଖେଳି, ଗୋପାଳ ଓଗାଳ ଗାନ କରି ପୁରୁଷ ମାନଙ୍କୁ ଗୋଠ ଯାଏ କଢେଇ ନେଇଥାନ୍ତି ! ଗୋପାଳ ଓଗାଳରେ କୃଷ୍ଣ ରାଧାଙ୍କ ପ୍ରେମ କାହାଣୀ ଜୀବନ୍ତ ହୋଇଉଠେ ! ନଟୁଚୋରି, ବସ୍ତ୍ର ଚୋରି, ଲବଣି ଚୋରି ଆଦି ବିଷୟକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ ଯୋଉ ଓଗାଳ କାବ୍ୟ ଲେଖିଯାଇଛନ୍ତି ! ତାହା ଗୋପାଳ ସାମ୍ପ୍ରଦାୟର ଗୀତିକବିତା ବା ଓଗାଳ ଭାବେ ପ୍ରଚଳିତ ହୋଇଆସୁଛି !ବାସ୍ତବରେ ଦୋଳ ପୂର୍ଣ୍ଣମୀର ରଙ୍ଗୀନ ବାତାବରଣ ବେଶ ଚିତାକର୍ଷକ ହୋଇଥାଏ ! ଏହି ପରମ୍ପରା କାହିଁ କେବେ ଠାରୁ ଚାଲିଆସୁଛି ! ଆମେ ଆପଣଙ୍କୁ ଦର୍ଶାଉଛୁ,ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ପୋଷଲ ଗ୍ରାମର ଗୋପାଳ ଭାଇ ମାନେ ଗୋଠ ପୂଜାକୁ ମହା ଆଡମ୍ବରରେ ଯାଇ ଗୋଠ ପୂଜା କରିଛନ୍ତି ! ଏହାସହିତ ବିଶନପୁର ପଞ୍ଚାୟତର କୋଲଟା ଗ୍ରାମସ୍ଥିତ ଗୋପାଳ ସମ୍ପ୍ରଦାୟ ମଧ୍ୟ ଯଥା ଵିଧି ଅନୁସାରେ ଗୋଠ ପୂଜା କରି ପଡୋଶୀ ମାନଙ୍କୁ ଖିରି ପିଠା ବଣ୍ଟନ କରିଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା…. ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

Sunil Chandra Nayak

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

masiha

Leave a Comment

error: Content is protected !!