ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଶ୍ରମିକ ଦିବସରେ ଜନମଙ୍ଗଳର ନିଆରା ପ୍ରୟାସ: ଶ୍ରମିକ ପରିବାର ମୁହଁରେ ଫୁଟାଇଲେ ହସ

 ଢେ଼ଙ୍କାନାଳ(ମ ସୀ ହା) ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ତରଫରୁ ଶ୍ରମିକ ମାନଙ୍କୁ ସମ୍ମାନ ଜଣାଇ ରାସୋଳ ଗ୍ରାମ ପଞ୍ଚାୟତ ର ନାଉକିଆରି ଏବଂ ମୁଣ୍ଡିଆପଷି ଗ୍ରାମ ର ଦୁଇ ଶ୍ରମିକ(ଦିନ ମଜୁରିଆ)ପରିବାର ର ଦମ୍ପତି ଯଥାକ୍ରମେ ରବିନାରାୟଣ ବିଶ୍ବାଳ ଓ ଦୁଷ୍ମତୀ ବିଶ୍ବାଳ (ନାଉକିଆରୀ) ଏବଂ ବୀର ଭୋଇ ଓ ପାର୍ବତୀ ଭୋଇ(ମୁଣ୍ଡିଆପଶି) ଙ୍କୁ ସମ୍ମାନ ପୂର୍ବକ ନୂତନ ଧୋତି,ଗାମୁଛା,ଶାଢୀ ସହିତ ମିଷ୍ଟାନ୍ନ ବଣ୍ଟନ କରି ଶ୍ରମିକ ଦିବସ ର ଶୁଭକାମନା ଜଣାଯାଇଛି। 

      ପ୍ରକାଶ ଥାଉକି ଦୁଇ ପରିବାର ଅତି ଗରିବ ଶ୍ରେଣୀ ର ସରକାରୀ ସହାୟତା ଯାହା ମିଳୁଛି ତାହା ସମୁଦ୍ର କୁ ଶଂଖେ ସଦୃଶ ,ଜୀବନ ତମାମ ଶ୍ରମ ଦାନ କରି ନିଜ ପେଟ ପୋଷି ଅନ୍ୟ ମୁହଁ ରେ ଆହାର ଦେଇ ଥିବା ବେଳେ ସମାଜ ପାଇଁ ଆଜି ସେମାନଙ୍କ ଅବସ୍ଥା ଦେଖିଲେ ସେମାନେ ପ୍ରାୟ ଅବହେଳିତ ପରାଏ।ସଂଗଠନ ତରଫରୁ ସାହାଯ୍ୟ ର ହାତ ସଦା ସର୍ବଦା ରହିଛି ଆଗକୁ ମଧ୍ୟ ରହିବ l ତଳ ଶ୍ରେଣୀର ଅବହେଳିତ ଅସହାୟ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ସଫଳ ହେବା ଓ ସେମାନେ କିପରି ଉପକୃତ ହୋଇ ପାରିବେ ଯଥା ସମ୍ଭବ ଯତ୍ନବାନ ହେବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି l

    ବିଶ୍ବ ଦାନକଳା ଅଭିଯାନ ଅବସରରେ, ଶ୍ରମିକ ଦିବସ ରେ ଜନ ମଙ୍ଗଳ (ରାସୋଳ)ସଂଗଠନ ର ପ୍ରତିଷ୍ଠାତା ତଥା ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେବକ ନିରାକାର ବୈଦ୍ଯ,ସୁଦାମ ସେଠୀ ଭାଇ ଙ୍କର ସହଯୋଗ କ୍ରମେ ଏତାଦୃଶ ସେବାକାର୍ଯ୍ଯ ସମ୍ପାଦିତ ହୋଇଥିବା ବେଳେ ଗ୍ରାମବାସୀ ସାଧୁବାଦ ଜ୍ଞାପନ କରିବା ସହିତ ଅଶେଷ ଧନ୍ଯବାଦ୍ ପ୍ରଦାନ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଯଶୋବନ୍ତ ପୂଝରୀଙ୍କ ପରଲୋକ 

Sunil Chandra Nayak

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ

masiha

Leave a Comment

error: Content is protected !!