ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ! ଖଡିଆଶୋଳ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ; ମୁଣ୍ଡ ଓ କାଖରେ ଗରା ଗଗରା ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

ଵିଜାତଳା ବ୍ଳକ! ଖଡିଆଶୋଳ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ; ମୁଣ୍ଡ ଓ କାଖରେ ଗରା ଗଗରା ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା 

 ମୟୂରଭଞ୍ଜ – -୧୫/୦୪ // ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି ।ଚାରିଆଡେ ନଈ,ନାଳ, ପୋଖରୀ,ମଞ୍ଜୁରୀ ଶୁଖିଲା ବେଳେ ଅଧିକାଂଶ ନଳକୂପ ଅଚଳ ।ବାମନଘାଟୀ ଉପଖଣ୍ଡ ଅଂଚଳ ପାହାଡ଼,ବଣ, ଜଙ୍ଗଲ ଘେରା ।ଚାରିଆଡେ ଜଳ ପାଇଁ ହା କାର । ସରକାର କହୁଛନ୍ତି ପାଣି ବୁନ୍ଦେ ପାଇଁ କେହି ଯେମିତି ଡହଳ ବିକଳ ନ ହୁଅନ୍ତି । ସେଥିପାଇଁ ହର‌ ଘର ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ ଗାଁ ରେ ପାଣି ଟାଙ୍କି ନିର୍ମାଣ ସହ ପାଇପ ଵିଛାଣ ହୋଇଥିବାବେଳେ କେଉଁଠି ପାଣି ପାଇପ୍ ଅଧା ବିଛାଇ ଠିକାଦାର ଛୁ ।ଆର ଡବଲ୍ଯ ଏସ ଯନ୍ତ୍ରୀ ଅସହାୟ ତ କେଉଁଠି ଠିକାଦାର ଙ୍କ ସହ ମିଲି ଭଗତ । ଗାଁ ଲୋକେ ପାଣି ପାଇଁ ଛଟପଟ ।ଏଭଳି ଦୃଶ୍ୟ ଦେଖାଯାଉଛି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ସଦର ମହକୁମା ବିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମର ।ଦୀପ ତଳ ଅନ୍ଧାର ।ବ୍ଳକରୁ ଅଳ୍ପ ଦୂରରେ ଏହି ଖଡିଆଶୋଳ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏହି ଗ୍ରାମରେ ୪୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି । ଏହି ଗ୍ରାମରେ ଵସୁଧା ଟେଙ୍କ ଅଛି ।ପାଣି ପାଇପ୍ ବିଛା ଯାଇଛି । ୫ ଟି ସୋଲାର ପମ୍ପ ଲଗାଯାଇଛି ।ହେଲେ ପାଣି ଟୋପେ ବାହାରୁ ନାହିଁ ।୫ ଟି ନଳ କୂପ ଅଚଳ ତ କେଉଁଥିରେ ନାଲି ମୁରୁମ ପାଣି ବାହାରୁଛି ।ଦୁଇଟି ଗ୍ରାମ୍ୟ ପୋଖରୀ ଥିବାବେଳେ ଗୋଟିଏ ଶୁଖି ଭୂଇଁ ଫାଟି ଆଁ କଲାଣି ତ ଆଉ ଗୋଟିଏ ଆଣ୍ଠୁଏ ପାଣି ।ସେହି ଆଣ୍ଠୁରେ ପାଣିରେ ଗାଁ ର ଗୋରୁ ,ଗାଈ,ଛେଳି,ମେଣ୍ଢା,ମଣିଷ ଶୌଚ ଓ ସ୍ନାନ କରୁଛନ୍ତି ।ପାଣି ପାଇଁ ଅନ୍ୟ ଗ୍ରାମକୁ ଗରା,କଳଶି ଧରି ଯାଉଛନ୍ତି । ଗାଁରେ ଵୁଢା,ବୁଢି,ମହିଳା, ଛୁଆ,ପିଲା ଗୋରୁ ଗାଈ ଶୌଚ, ସ୍ନାନ,ସଫେଇ,ରୋଷେଇ ପାଣି ପାଇଁ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି ।ସ୍ବଚ୍ଛ ପାଇଖାନା ଅଚଳ ।ପାଣିର ଅଭାବ ପାଇଁ ଗାଁ ଲୋକେ ଖୋଲା ପଡ଼ିଆରେ ମଳ ତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି ।ପାଣି ସମସ୍ୟା ନେଇ ଗ୍ରାମବାସୀ ଦିର୍ଘ ବର୍ଷ ହେଲା ଵିଜାତଳା ସରପଞ୍ଚ, ବିଡ଼ିଓ,ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଅବଗତ କଲେ ମଧ୍ୟ ସେମାନେ ଅସହାୟ ହୋଇପଡିଛନ୍ତି । ପ୍ରତିବର୍ଷ ସେମାନେ ପଞ୍ଚାୟତ,ବ୍ଲକ କାର୍ଯ୍ୟାଳୟରେ ପାଣି ସମସ୍ୟା ସମାଧାନ ପାଇଁ ଲିଖିତ ଅଭିଯୋଗ କରନ୍ତି ହେଲେ ମଳି ମୁଣ୍ଡିଆଙ୍କ କଥା ଶୁଣିବା କିଏ ? ଶେଷରେ ଆଜି ଗ୍ରାମର ବହୁ ସଂଖ୍ୟାରେ ବୁଢ଼ା,ବୁଢ଼ୀ,ମହିଳା,ଯୁବକ,ଯୁବତୀ ରାଇରଙ୍ଗପୁର ଆସି ମୁଣ୍ଡ ଓ କାଖରେ ଗରା କଳଶି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରି ଫାଟକ ସମୟରେ ଦିର୍ଘ ସମୟ ବସିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଗାଡ଼ିକୁ ମଧ୍ଯ‌ ଯିବାକୁ ଛାଡ଼ୁ ନ ଥିଲେ । ସେମାନେ ଏଡିଏମଙ୍କୁ ଭେଟି ଲିଖିତ ଅଭିଯୋଗ କରି ପାଣି ପାଇଁ ଗୁହାରୀ କରିଥିଲେ ।ଏଡିଏମ ସେମାନଙ୍କ ସମସ୍ଯା ହୃଦୟଙ୍ଗମ କରି ସମାଧାନ ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ । ଆସନ୍ତାକାଲିଠାରୁ ଦୁଇଟିପାଣି ଟେଙ୍କର ଯୋଗେ ପାଣି ଗ୍ରାମରେ ଦିଆଯିବ ଯେପର୍ଯ୍ୟନ୍ତ ପାଇପ୍ ପାଣିର ବ୍ୟବସ୍ଥା ହୋଇ ନ ଥିବ ଵୋଲି ବିଜାତଳା ବିଡିଓ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଫାଟକ ସମ୍ମୁଖରୁ ଧାରଣାକୁ ରହିଥିଲେ ।ଯୁବ ସମାଜସେବୀ ଚନ୍ଦ୍ରକାନ୍ତ ଙ୍କ ନେତୃତ୍ବରେ ଗ୍ରାମବାସୀମାନେ ଆସିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ କୃଷି ବିଭାଗ ଦ୍ଵାରା ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ ଓ କାରଣ ଦର୍ଶାଅ ନୋଟିସ୍ 

masiha

ଗୋପବନ୍ଧୁ ଙ୍କ ସେବା ମାପିବାକୁ ଫିତା ନାହିଁ ଗୋପବନ୍ଧୁ ଙ୍କ ସେବା ଅମାପ : ଶ୍ରାଦ୍ଧ ତିଥିରେ ବକ୍ତା ଙ୍କ ସ୍ମୃତି ଚାରଣ 

Sunil Chandra Nayak

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

Sunil Chandra Nayak

Leave a Comment

error: Content is protected !!