ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଂ.ସରୋଜ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ

ଇଂ.ସରୋଜ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ 

କଟକ : ଜନସ୍ୱାସ୍ଥ୍ୟ ମଣ୍ଡଳର ଅବସରପ୍ରାପ୍ତ ଅଧୀକ୍ଷକ ଯନ୍ତ୍ରୀ ସ୍ବର୍ଗତ ସରୋଜ କୁମାର ପଟ୍ଟନାୟକ ଜଣେ ଦକ୍ଷ,ସଚ୍ଚୋଟ ଓ ଗୁଣୀ ବ୍ୟକ୍ତି ଥିଲେ ଏବଂ ସହରର ଜନଜୀବନ ସହ ଓତପ୍ରୋତ ଭାବରେ ଜଡ଼ିତ ଥିଲେ । ତାଙ୍କର ସରଳ,ନୀତିନିଷ୍ଠ ଓ ନିରାଡ଼ମ୍ବର ଜୀବନଶୈଳୀ ଆମମାନଙ୍କ ପାଇଁ ଅନୁକରଣୀୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

  ସ୍ବର୍ଗତ ପଟ୍ଟନାୟକଙ୍କ ଦଶାହ ଉପଲଷେ ‘ବଶିଷ୍ଠ ବିଚାର ମଞ୍ଚ’ ତରଫରୁ ସ୍ଥାନୀୟ ଗାନ୍ଧି ଭବନଠାରେ ଗୁରୁବାର ସନ୍ଧ୍ୟାରେ ପ୍ରଫେସର ଦିନେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡକ୍ଟର ଶଚୀନ୍ଦ୍ର ରାଉଳ,ଇଂ. ଶକ୍ତିପ୍ରସାଦ ଦାସ,ଇଂ.କାଳୁ ଚରଣ ବେହେରା,ଡାକ୍ତର ଶିବାନନ୍ଦ ମହାନ୍ତି, ଅଧ୍ୟାପକ ଅକ୍ଷୟ କୁମାର ଦାଶ, ପ୍ରଦୀପ କୁମାର ମହାନ୍ତି,କୃଷ୍ଣପ୍ରସାଦ ମହାନ୍ତି,ଡକ୍ଟର ବିଭୂଦତ୍ତ ଖଣ୍ଡାୟତରାୟ,ଡକ୍ଟର ଚନ୍ଦ୍ରପ୍ରଭା ମହାନ୍ତି,ଡକ୍ଟର ପତିତପାବନ ମହାନ୍ତି, ଇଂ.ଭକ୍ତକବି ଦାସ,ବିଦ୍ୟାଧର ବାରିକ,ବନବିହାରୀ ଦାସ ପ୍ରମୁଖ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡକ୍ଟର ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଚନ୍ଦାହାଣ୍ଡି ରେ ଜାତୀୟ ସେବା ଶିବିର

Sunil Chandra Nayak

ଚେନ୍ନାଇରେ ଅଟକ ୬ ଦାଦନ ଶ୍ରମିକ ଉଦ୍ଧାର

Sunil Chandra Nayak

ତ୍ରିଦିବସୀୟ ନାଟକ ମହୋତ୍ସବ :ଶେଷ ସନ୍ଧ୍ୟାରେ” ସମ୍ପର୍କ “

Sunil Chandra Nayak

Leave a Comment

error: Content is protected !!