ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବକାଳୀନ ଓ ନିରନ୍ତର ସେବାପାଇଁ… ଜୟନ୍ତ ବେହେରା ପାଇଲେ ମହାବୀର ସାଂସ୍କୁତିକ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ  ମହାବୀର ସମ୍ମାନ-୨୦୨୩

ସର୍ବକାଳୀନ ଓ ନିରନ୍ତର ସେବାପାଇଁ…

ଜୟନ୍ତ ବେହେରା ପାଇଲେ ମହାବୀର ସାଂସ୍କୁତିକ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ 

ମହାବୀର ସମ୍ମାନ-୨୦୨୩

କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ର ପ୍ରତିଷ୍ଠା ଦିନଠୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠାନ ସହିତ ଜଡିତ ତଥା ଭାରତୀ ସଙ୍ଗୀତ ନାଟକ ଏକାଡେମୀର ପ୍ରାଣ ପ୍ରତିଷ୍ଠା କଲ୍ୟାଣୀ କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠାତା, ଦୃଷ୍ଟିହୀନ, ମୂକ ବଧିର ବିଦ୍ୟାଳୟର ପୂର୍ବ ସଂପାଦକ, କଳାହାଣ୍ଡି କ୍ରୀଡା ସଂଘର ପୂର୍ବ ସହ ସଂପାଦକ ଓ ସର୍ବୋପରି ମହାବୀର ସାଂସ୍କୃତିକ ଅନୁଷ୍ଠାନର ପୂର୍ବ ସଭାପତି ଶ୍ରୀ ଜୟନ୍ତ କୁମାର ବେହେରାଙ୍କ ସର୍ବକାଳୀନ ଓ ନିରନ୍ତର ସେବାପାଇଁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଏହାର ସର୍ବଶ୍ରେଷ୍ଠ ସମ୍ମାନ-୨୦୨୩ରେ ସମ୍ମାନୀତ କରିଛି। ଗତକାଲି ମହାବୀର ମହୋତ୍ସବ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମାନପତ୍ର ଓ ଉପଢ଼ୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥଲେ। 

ଏସିଆଡ଼-୧୯୮୨, ସୋଭିୟତ ଋଷରେ ଘୁମୁରା ଦଳର ପ୍ରଦର୍ଶନ-୧୯୮୭, ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ପ୍ରତିଷ୍ଠା ତଥା ଏ ଅଞ୍ଚଳର କଳା ସଂସ୍କୃତିକୁ ଉଜ୍ୱୀବିତ କରିବା ଦିଗରେ ଜୟନ୍ତ ବେହେରାଙ୍କ ପ୍ରଚାର ପ୍ରସାର ପାଇଁ ପୂର୍ବରୁ ସେ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ବେଳେ ସେ ଶାରଳା ସମ୍ମାନ, ଇଳାବଂଶୀଧର ପଣ୍ଡା କଳା ସମ୍ମାନ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଥିଲେ । କିନ୍ତୁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସର୍ବଶ୍ରେଷ୍ଠ ସମ୍ମାନ ମହାବୀର ସମ୍ମାନ-୨୦୨୩ ସମ୍ମାନୀତ ହୋଇ ଅନୁଷ୍ଠାନ ତଥା ଏ ଅଞ୍ଚଳ ପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ । ଘୁମୁରା ବ୍ୟତିତ ଦଣ୍ଡାରୀ, ମାଦିଲି, ସିଂହ ଖେଳ ଆଦି ଲୋକନୃତ୍ୟ ଉପରେ ମଧ୍ୟ କାର୍ଯ୍ୟକାରୀ କଳାକାରଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଶ୍ରୀ ବେହେରା ସମାଜ କଲ୍ୟାଣ, ପରିବେଶ ସୁରକ୍ଷା, ସାକ୍ଷରତ ଅଭିଯାନ, ଜଙ୍ଗଳ ସୁରକ୍ଷା, ମହିଳା ସଚେତନତା ଆଦି କ୍ଷେତ୍ରରେ ପଦଯାତ୍ରା, ପଥପ୍ରାନ୍ତ ନାଟକ ଆଦି କାର୍ଯ୍ୟକ୍ରମ କରି ସେ ଉଚ୍ଚ ପ୍ରଶଂସିତ । ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ନିମନ୍ତେ ଶ୍ରୀ ବେହେରାଙ୍କ କାର୍ଯ୍ୟ ପ୍ରଶଂସନୀୟ । 

 ସେ ଶିକ୍ଷକତା ବ୍ୟତିରେକ ସାମ୍ବାଦିକତା, ଦୂରଦର୍ଶନ, ମଞ୍ଚକଳାକାର, ପ୍ରାବନ୍ଧିକ, ଲେଖକ ଭାବେ ବେଶ ସୁପରିଚିତ । ସେ ଏକ ସଂସ୍କୃତି କଳାର ଓ ସଂଗଠକ ରୂପେ ବେଶ୍ ଖ୍ୟାତି ରହିଛି।ତେଣୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କ ଅନବରତ ସେବା ପାଇଁ ତାଙ୍କୁ ପୁରସ୍କୃତ କରିଥିଲେ।ଏହାବ୍ୟତୀତ ସେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇବା ସହ ସାହିତ୍ୟ ଏକାଡେମୀ ସଭ୍ୟ, ଲଳିତ କଳା ଏକାଡେମୀର ସଭ୍ୟ, ଓଡିଆ ଭାଷା ପ୍ରତିଷ୍ଠକ ଏକାଡେମୀ ସଭ୍ୟ ହୋଇ ସେ ଏହି ଅଞ୍ଚଳ ପାଇଁ ଅନେକ ଗର୍ବ ଓ ଗୌରବ । ସେ ମହାବୀର ସମ୍ମାନ-୨୦୨୩ ରେ ସମ୍ମାନୀତ ହୋଇଥିବା ଯୋଗୁଁ ସେ ଅନୁଷ୍ଠାନର ସଭ୍ୟ ଓ ସଭ୍ୟାଙ୍କୁ ଧନ୍ୟବାଦ ଦେଇଛନ୍ତି।ଶ୍ରୀ ବେହେରାଙ୍କ ଓଡିଶାର ପାରମ୍ପରିକ ଓ ଲୋକ ନୃତ୍ୟ ଉପରେ ଗବେଷଣା କରି ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସିନିଅର ଫେଲୋସିପ୍ ପାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ

masiha

Leave a Comment

error: Content is protected !!