ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ଲାଟିନମ ଜୁବୁଲି ପାଳନ ପରିପ୍ରେକ୍ଷୀରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ

ପ୍ଲାଟିନମ ଜୁବୁଲି ପାଳନ ପରିପ୍ରେକ୍ଷୀରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ 

କଟକ : କଟକ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବ ପରିପ୍ରେକ୍ଷିରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ କଟକ ଓ ଜଗତସିଂହପୁର ଜିଲ୍ଲାର ୩୯ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଗୋପାଳ ସ୍ମୃତି ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧ, ବକ୍ତୃତା,ଲଘୁ ସଙ୍ଗୀତ,ଚିତ୍ରାଙ୍କନ ପ୍ରଭୁତି ୯ଟି ବିଭାଗରେ ୩୫୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସଂସଦର ସଭାପତି ରଘୁନାଥ ପୃଷ୍ଟିଙ୍କ ସଭାପତିତ୍ବରେ ଏହି ପ୍ରତିଯୋଗିତାକୁ କଟକ ସଦର ବ୍ଲକ ଶିକ୍ଷା ଅଧିକାରୀଣୀ ସରସ୍ଵତୀ କାନୁନଗୋ ଉଦଘାଟନ କରିଥିବାବେଳେ ଏଥିରେ ୧୯୬୯ ବ୍ଯାଚର ପୁରାତନ ଛାତ୍ର ହେମନ୍ତ କୁମାର ଦାସ,ପ୍ରଫୁଲ୍ଲ ଚନ୍ଦ୍ର କର,ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ଜେନା,ଉପସଭାପତି ଅକ୍ଷୟ ଭୂୟାଁ ଓ କରୁଣାକର ପ୍ରଧାନ,ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ସଂସଦର ସଙ୍ଗଠନ ସମ୍ପାଦକ ସାମ୍ବାଦିକ ତାପସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ସଂସଦର କୋଷାଧ୍ୟକ୍ଷ ନବଘନ ରାଉତ, ପୁରାତନ ଛାତ୍ର ସାଧୁ ଜେନା,ପ୍ରଦୀପ କର,ରତିରଞ୍ଜନ୍ ପଟ୍ଟନାୟକ,ପ୍ରତାପ ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ପୀୟୁଷ ରଞ୍ଜନ ପରିଡ଼ା,ସଂଜୀବ ବୈଶାଖ,କାଳିନ୍ଦୀ ସ୍ୱାଇଁ,ଯୋଗେନ୍ଦ୍ର ନାଥ ଭୋଇ,ପରମାନନ୍ଦ ରାଉତ,ପୁରାତନ ଛାତ୍ରୀ ଦିପ୍ତିମୟି ଜେନା,ଲକ୍ଷ୍ମୀପ୍ରିୟା ଓଝା,ପ୍ରମୋଦିନି ଜେନା,ମଞ୍ଜୁଲତା ଜେନା ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ବହୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ପୁରାତନ ଛାତ୍ର ସଂସଦ ପକ୍ଷରୁ ସମସ୍ତଙ୍କ ପ୍ରତିଯୋଗୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ବେଳେ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଡିସେମ୍ବର ମାସରେ ପାଳନ ହେବାକୁ ଥିବା ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

masiha

ହାବସପୁର୍ ଠାରେ ବଙ୍କା ସମାଜ ର କେନ୍ଦ୍ରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!