ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ଗୋଲାମୁଣ୍ଡା:ସ୍ଥାନୀୟ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ଆନୁକୂଲ୍ଯରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଅଛି । ଅଧ୍ଯକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ସଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା , କ୍ଷିରସିନ୍ଧୁ ବାରିକ, ଲିଙ୍ଗେଶ୍ୱର ମେହେର, ସନ୍ତୋଷ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାରେ ଅଧ୍ୟାପକ ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ,ସନ୍ଦୀପ କାନୁନଗୋ, ଯଯାତି କେଶରୀ ରାଉତ, ତ୍ରିନାଥ ପଟ୍ଟନାୟକ, ପ୍ରସନ୍ନ କୁମାର ପ୍ରଧାନ,ବୈକୁଣ୍ଠ ପଟେଲ୍, ଅଧ୍ୟାପିକା ସୋଭାଗିନୀ ନାୟକ ତଥା ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଏଡ଼ସ ନିରାକରଣ ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ , ରେଡ୍ ରିବନ କ୍ଲବ୍ ଓ ଭାରତ ସ୍କାଉଟ୍ ଗାଇଡ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖସିଗୁଡା ସବ ମାଇନର ଶାଖା କେନାଲ ୩ ମରାମତି କାମ ନିମ୍ନମାନର ଅଭିଯୋଗ କଲେ ଚାଷୀ

Sunil Chandra Nayak

ସଚେତନ ନାଗରିକ ମଞ୍ଚର ୧୩ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ଅଯୋଗ୍ୟକୁ ଦାୟତ୍ୱ ଧରାଇଥିବାରୁ ନର୍ଭେରାମର ପ୍ଲାଣ୍ଟ ନିର୍ମାଣ ସ୍ବପ୍ନ

masiha

Leave a Comment

error: Content is protected !!