ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ତିନି ଦିନିଆ ସ୍ଵତନ୍ତ୍ର ଶିବିର 

ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ତିନି ଦିନିଆ ସ୍ଵତନ୍ତ୍ର ଶିବିର 

 କଟକ : କଟକ ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ତିନି ଦିନିଆ ସ୍ୱତନ୍ତ୍ର ଶିବିର ଉଜ୍ଜାପିତ ହୋଇ ଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୀବନ ବଲ୍ଲଭ ଜେନା ସଭାପତିତ୍ୱ କରିଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଅନିରୁଦ୍ଧ ଖିଲାଲ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଜୀବନର ମୂଲ୍ୟବୋଧ,ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ୩ ଦିନ ବ୍ୟାପୀ ଚାଲିଥିବା ଏହି ଶିବିରରେ ମାଗଣା ଚକ୍ଷ୍ୟୁ ପରୀକ୍ଷା ଶିବିର ଆୟୋଜିତ ହେଇଥିଲା । ଶିବିରାର୍ଥୀ ମାନେ ନିଶା ନିବାରଣ ପାଳିତ ଗ୍ରାମରେ ଶିକ୍ଷ୍ୟା ଓ ସଚେତନତା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ ।କାର୍ଯ୍ୟକ୍ରମ ଅଧିକାରିଣୀ ଡ଼.ଯୋଗମାୟା ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶିବିରାର୍ଥୀ ମାନେ ନିଜର ଅନୁଭବ ବିଷୟରେ କହିବା ସହ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ଡ଼.ସାଗରିକା ସାହୁଙ୍କ ଧନ୍ୟବାଦ ଅର୍ପଣ ସହ ସଭା ଶେଷ ହୋଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ପରିକ୍ଷାର୍ଥୀ ଙ୍କୁ ନେଇ ଯାଉଥିବା ବଲେରୋ ଓଲଟି ସାତ ପରିକ୍ଷ୍ୟାର୍ଥି ଆହତ 

masiha

ସାମ୍ବାଦିକ ଓ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନିତ କରିବା ପଡିଲା ମହଙ୍ଗା

Sunil Chandra Nayak

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

masiha

Leave a Comment

error: Content is protected !!