ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

 ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

ନବରଙ୍ଗପୁର:(୨୪|୯)(ରବି ନାରାୟଣ ମହାନ୍ତି)ଆଜି ଗୋନା ରେ ସହିଦ ଦିବସ ପାଳିତ ହୋଇଯାଇଛି |ପ୍ରଥମେ ଗୋନା ଠାରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ପ୍ରଦୀପ ମାଝୀ ଙ୍କୁ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରା ରେ ଜଗବନ୍ଧୁ ମାଝୀଙ୍କ ସହିଦ ସ୍ତମ୍ଭ ନିକଟକୁ ଅଂଚଳବାସୀ ଏବଂ ବି ଜେ ଡି ର ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ଯାଇ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ଏହାପରେ ସଭାସ୍ଥଳକୁ ଯାଇଥିଲେ |ସେଠାରେ ବାହାରୁ ଆସିଥିବା ଅତିଥି ମାନେ ଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ |ପୂର୍ବତନ ଉମରକୋଟ ବିଧାୟକ ତଥା ବର୍ତମାନ ବି ଜେ ଡି ର ବ୍ଲକ ସଭାପତି ସୁବାସ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମରକୋଟ ମୁନ୍ସିପାଲଟି ଚେୟାରମ୍ୟାନ ରାଧା ଭତ୍ରା ,ଉମରକୋଟ ନିର୍ବାଚନ ମଣ୍ଡଳୀ ର ବି ଜେ ଡ଼ି ବିଧାୟକ ପ୍ରାଥୀନୀ ନବୀନା ନାୟକ ,ସମାଜ ସେବୀ କାଜମ ମଦାନୀ ,କୌଶଲ୍ୟା ପ୍ରଧାନୀ ,ନନ୍ଦାହାଣ୍ଡି ବ୍ଲକ ଅଧକ୍ଷା ରଶ୍ମିତା ମାଝୀ ,ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ ,ତେନ୍ତୁଳୀଖୁଣ୍ଟି ଜିଲ୍ଲା ପରିଷଦ ସଭ୍ୟା କୃଷ୍ନା ମଞ୍ଜରୀ ବିଶୋଇ ,ପୂର୍ବତ୍ତନ ଏସ ଡି ସି ଅଧକ୍ଷ ଉପେନ୍ଦ୍ର ଗଣ୍ଡ ,ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝଙ୍କାର ,ଶୁକଦେବ ଗଣ୍ଡ ଙ୍କ ସମେତ ରାଇଘର ୨୬ଟି ଗ୍ରାମ ପଞ୍ଚାୟତ ର ସମିତି,ସରପଞ୍ଚ ମାନେ ଉପସ୍ଥିତ ଥିଲେ |ଆଜିର ଏହି ସହିଦ ଦିବସ ରେ ଜିଲ୍ଲା ସ୍ତରରୁ ନେଇ ରାଜ୍ୟସ୍ତର ନେତା ମାନଙ୍କୁ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମ କରିଥିବା ନେଇ ନୂତନ ଭାବେ ବ୍ଲକ ସଭାପତି ଦାୟିତ୍ୱ ନେଇଥିବା ସୁବାସ ଗଣ୍ଡଙ୍କ ଏକ ପ୍ରକାର ସାଙ୍ଗଠନିକ ଶକ୍ତି ପ୍ରଦର୍ଶନ ବୋଲି ଅଞ୍ଚଳରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି |ପ୍ରକାଶ ଥାଉକି ,ବିଜେଡି ସରକାର ସମୟରେ ନିଜଦଳର ନେତୃତ୍ଵ ନେଉଥ‌ିବା ସ୍ଵର୍ଗତ ବିଧାୟକ ଜଗବନ୍ଧୁ ମାଝୀ ହତ୍ୟାକାଣ୍ଡ କୁ ୧୪ ବର୍ଷ ପୂରିଛି। ପ୍ରତିବର୍ଷଭଳି ବୁଧବାର ଗୋନା ହାଟପଦାଠାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ ହୋଇଯାଇଛି ।ହତ୍ୟାକାଣ୍ଡକୁ ୧୪ ବର୍ଷ ବିତି ଯାଇଥିବା ବେଳେ ସେପ୍ଟେମ୍ବର୨୪ ତାରିଖ ଗୋନା ହାଟପଦାରେ ଥ‌ିବା ଶହୀଦ ସ୍ତମ୍ଭରେ ସ୍ମୃତି ସଭାଆୟୋଜନ ହୋଇଛି। ଘଟଣାପଛରେ କାହାର ହାତ ରହିଛି ଆଜିପର୍ଯ୍ୟନ୍ତ ତଦନ୍ତ ଫାଇଲ ଅଟକି ରହିଥ‌ିବା ବେଳେ ତାହା ଉନ୍ମୋଚିତ ହେବା ଆବଶ୍ୟକତା ରହିଛି।ବର୍ତ୍ତମାନ ରାଜ୍ୟରେ ବିଜେପିସରକାର ଆସିବା ପରେ ବହୁ ଚର୍ଚ୍ଚିତ ବିଧାୟକ ଜଗବନ୍ଧୁ ମାଝୀଙ୍ଗ ହତ୍ୟାକାଣ୍ଡ ଫାଇଲ୍ ଖୋଲିବ କି ବୋଲି ଚର୍ଚ୍ଚାହେଉଛି । ସ୍ବର୍ଗତ ମାଝୀ ୧୯୯୯ଓ ୨୦୦୦ ମସିହାରେ ଗ୍ରାମାଞ୍ଚଳର ବିକାଶ ଓ ଆଦିବାସୀଙ୍କ ପରମ୍ପରାକୁବଜାୟ କରି ଲୋକଙ୍କୁ ଏକତ୍ରିତକରି ସଂଗ୍ରାମ ଆରମ୍ଭ କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଉମରକୋଟ ଠାରେ ଦଳିତ ସମାଜର ଜନତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇ ୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜୟଲାଭ କରିଥିଲେ । କିନ୍ତୁ ୨୦୧୧ମସିହା ସେପ୍ଟେମ୍ବର ୨୪ ତାରିଖରେଆଦିବାସୀମାନଙ୍କୁ ଜମି ପଟ୍ଟା ବଣ୍ଟନପାଇଁ ରାଇଘର ବ୍ଲକ ଅନ୍ତର୍ଗତ ଗୋନା ହାଟପଦା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ଜଣ ଆତତାୟୀ ବିଧାୟକଙ୍କ ଉପରକୁ ଆଖୁବୁଜା ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଧାୟକ ଜଗବନ୍ଧୁଙ୍କ ସହ ତାଙ୍କ ଅଙ୍ଗରକ୍ଷୀ ପ୍ରଶାନ୍ତ ପାତ୍ର ମଧ୍ୟ ଶହୀଦ ହୋଇଥିଲେ । ତତ୍କାଳୀନ ସରକାରଙ୍କ ଅମଳରେ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯିବାପରେ ତଦନ୍ତ ଆରମ୍ଭ ହୋଇଥିଲା। ହତ୍ୟାକାଣ୍ଡରେ ନକ୍ସଲଙ୍କ ସଂପୃକ୍ତି ଥିବା ସୂଚନା ଦେବା ସହ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କ ସ୍କେଚ୍ ଜାରୀ କରିବାସହ ସେମାନଙ୍କ ସଂପର୍କରେ ସୂଚନାଦାତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ତେବେ ଏ ଘଟଣା ଉପରେ ବିଜେପି ସରକାର କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା l

Related posts

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

masiha

ମହୁମାଛି ଆକ୍ରମଣ ରେ ମହିଳା ଗୁରୁତର

Sunil Chandra Nayak

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ 

masiha

Leave a Comment

error: Content is protected !!