ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢଉଗାଁ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି

ଢଉଗାଁ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି

ଆସିକା,୧୮/୮/୨୫ — ନିଜ ପଞ୍ଚାୟତ ରେ ନିଜର ସମସ୍ୟା ଜଣାଇବା ପାଇଁ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ । ନିଜ ନିଜର ସମସ୍ୟା ସମ୍ପର୍କରେ ଏଣିକି ଲୋକଙ୍କୁ ବାହାରକୁ ଯାଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଲୋକେ ଡୋର ଷ୍ଟେପ ରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଏବେ ସୁଯୋଗ ପାଇଛନ୍ତି । ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରରେ ଜନ ଶୁଣାଣି କାର୍ଯ୍ୟକ୍ରମ । ଆଜି ଧରାକୋଟ ବ୍ଲକର ପ୍ରଥମ ଜନ ଶୁଣାଣି କାର୍ଯ୍ୟକ୍ରମ ଢଉ ଗାଁ ପଞ୍ଚାୟତ ରୁ ଆରମ୍ଭ ହୋଇଛି । ଏହି ଜନ ଶୁଣାଣି କାର୍ଯକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଦେବଦତ୍ତ ପଣ୍ଡା, ତହସିଲଦାର ଲମ୍ବୋଦର ମାରାଣ୍ଡି,ଭାରପ୍ରାପ୍ତ ବି ଡି ଓ ସୁଶିଲ ପଟନାୟକ, ଧରାକୋଟ ମେଡ଼ିକାଲ ଅଫିସର ଡାକ୍ତର ଏମ ଭି କେ ଅଶୋକ,ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଢଉଗାଁ ସରପଞ୍ଚ ମନୁ ପାତ୍ର, ସମବାୟ ସମିତି ସଭାପତି ସଞ୍ଜୟ ପାତ୍ର, ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ, ଡି ଇ ଓ ସଞ୍ଜୟ ପଲେଇ,ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ଏ ପି ଓ ନନ୍ଦିନୀ ଦାସ, ସି ଡି ପି ଓ ସୁନିଲ ପ୍ରଭା ରଥ,ସହକାରୀ ଯନ୍ତ୍ରୀ ଦୀପ୍ତି ରେଖା ନାଥ କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା, ବି ଏସ ଏସ ଓ ସଚିନ ପାତ୍ର, ଯୋଗାଣ ଅଧିକାରୀ ସଞ୍ଜୟ ମଲିକ, ଓ ଏଲ ଏମ ପ୍ରତାପ ସ୍ଵାଇଁ , ବି ଭି ଓ କିରଣ ବିଶୋଇ,କୃଷି ଅଧିକାରୀ ବିଶ୍ଵନାଥ ବେହେରା,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଚିରଞ୍ଜିବୀ ସାହୁ , ଏ ବି ଇ ଓ ବିଭୁତି ଭୁଷଣ ପାତ୍ର ଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରି ମାନେ ଉପସ୍ଥିତ ରହିଥିଲେ। ଆଜିର ଜନ ଶୁଣାଣୀ ରେ 260 ଜଣ ବ୍ୟକ୍ତି ନିଜ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବଳିଷ୍ଠ ସାମ୍ବାଦିକ ତଥା ହିନ୍ଦୁ ସଂଗଠନ ଅରୁଣ ପଣ୍ଡାଙ୍କ ବିୟୋଗରେ ବିଶ୍ଵ ହିନ୍ଦୁ ପରିଷଦର ଶୋକ     

masiha

ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବ

Sunil Chandra Nayak

ରାଇରଙ୍ଗପୁର: ଆନନ୍ଦ ଉଲ୍ଲାସର ସହ ଛଠ୍ ପର୍ବ ପାଳିତ

masiha

Leave a Comment

error: Content is protected !!