ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ସାମାଜିକ ଜନ ଶୁଣାଣି ଶିବିର ଅନୁଷ୍ଠିତ : ଶ୍ରମିକ ଠିକ ସମୟରେ ଅର୍ଥ ପାଇ ପାରୁନି କି ମେଟେରିଆଲ ଅର୍ଥ ବର୍ଷେ ହେବ ଆସୁ ନି ଶୁଣାଣି ?

ତେନ୍ତୁଳିଖୁଣ୍ଟି ବ୍ଲକ ରେ ସାମାଜିକ ଜନ ଶୁଣାଣି ଶିବିର ଅନୁଷ୍ଠିତ : ଶ୍ରମିକ ଠିକ ସମୟରେ ଅର୍ଥ ପାଇ ପାରୁନି କି ମେଟେରିଆଲ ଅର୍ଥ ବର୍ଷେ ହେବ ଆସୁ ନି ଶୁଣାଣି ?

ତେନ୍ତୁଳିଖୁଣ୍ଟି ୨୭/୦୨/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ବିଳନୀ କକ୍ଷ ରେ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ,ଜିଲ୍ଲା ସାମାଜିକ ସମୀକ୍ଷକ ବୈବାସୁତ ଚଲାଣ, AEE ଭଗବାନ ବେହେରା, ସୁଶାନ୍ତ କୁମାର ଶତପଥୀ, ଭରଷା ସେଚ୍ଛାସେବୀ ଅନୁଷ୍ଠାନ ସଭାପତି ଏଲ. ସନ୍ତୋଷ ରାଓ,ମଞ୍ଚାସିନ ରହିଥିଲେ। ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ସମସ୍ତ ଅତିଥି ବୃନ୍ଦ ମହାତ୍ମାଗାନ୍ଧୀ ଙ୍କ ଫଟୋ ଚିତ୍ର ଉପରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ସହ ଦୀପ ଧୂପ ନଡ଼ିଆ ଅର୍ପଣ କରିବା ପରେ ଜିଲ୍ଲା ସାମାଜିକ ସମୀକ୍ଷକ ବୈବସୁତ ଚାଲାଣ ବ୍ଲକ ର ମନରେଗା କାର୍ଯ୍ୟକ୍ରମ ଉପରେ 1ଏପ୍ରିଲ 2023 ଠାରୁ 30. ସେପ୍ଟମ୍ବର ପର୍ଯ୍ୟନ୍ତ ହୋଇଥିବା ମନରେଗା କାର୍ଯ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ବିବରଣୀ ପାଠ କରିଥିଲେ !ତତ ସହିତ ଗ୍ରାମ୍ୟ ସମ୍ବଳ କର୍ମୀ ଙ୍କ ତଥ୍ୟ ପ୍ରକାରେ ଗ୍ରାମ ରୋଜଗାର ସେବକ ଓ ଯୋଗାଣ ସହାୟକ ଙ୍କ ଅବହେଳା କାରଣ ରୁ କାର୍ଯ୍ୟ ମନ୍ଥର ଗତି ରେ ଚାଲୁଥିବା ଯୋଗୁଁ ଅର୍ଥ ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରୁନି ବୋଲି ଜିଲ୍ଲା ସାମାଜିକ ସମୀକ୍ଷକ ବିବରଣୀ ରେ କହିଥିଲେ । ଫଳରେ ଗ୍ରାମ୍ୟ ସମ୍ବଳ କର୍ମୀ ମାନଙ୍କୁ ସହଯୋଗ କରୁନ ଥିବାରୁ ସାମାଜିକ ସମୀକ୍ଷା ରେ ବ୍ୟତିକ୍ରମ ସୃଷ୍ଟି ହେଉ ଥିବାୁ ଜିଲ୍ଲା ସମୀକ୍ଷକ ଚଲାଣ କ୍ଷୋଭ ପ୍ରକାଶ କରିଥିଲେ। କେତେକ ସ୍ଥାନରେ ଫଳକ ନ ଥାଇ କାମ ଆରମ୍ଭ ହୋଇଛି ତ କେତେକ ସ୍ଥାନରେ ଫଳକ ଭାଙ୍ଗି ଯାଇଛି ନା ଜାଣି ଶୁଣି ଭାଙ୍ଗି ଦିଆଯାଇଛି ଏ ନେଇ ପ୍ରଶ୍ନବାଚି ସୃଷ୍ଟି ହେଉଛି। ଏ ନେଇ ଆଗକୁ ଏ ଭଳି ବ୍ୟତିକ୍ରମ ସୃଷ୍ଟି ନ ହେବାକୁ ଉପ ଜିଲ୍ଲାପାଳ ଓ ବିଡ଼ିଓ ଗ୍ରାମ୍ୟ ରୋଜଗାର ସେବକ ଓ ଯୋଗାଣ ସହାୟକ ମାନଙ୍କୁ ତାଗିଦ କରିଥିଲେ। ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବିଦ୍ୟାଳୟ ଗୁଡିକ ରେ5 ଟି ଅନ୍ତର୍ଗତ ମନରେଗା କାର୍ଯ୍ୟ ତଥା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯଥା ସକପିଟ ଜମି ମରାମତି ଗୁହାଳ ଆଦି କରି ଶ୍ରମିକ କିଛି ମାସ ହେବ ନିଜ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ ସମ୍ପର୍କରେ ଚର୍ଚ୍ଚା ହିଁ ଜନ ଶୁଣାଣି ରେ ହୋଇନି ଏପରିକି ଜିଲ୍ଲା ସ୍ତରୀୟ ସମୀକ୍ଷକ ଅର୍ଥ ଖର୍ଚ୍ଚ ହେଉନ ଥିବା ନେଇ କ୍ଷୋଭ ପ୍ରକାଶ କରିବା କୁ ନେଇ ଆଲୋଚନା ହେଉଛି କାରଣ ଦୀର୍ଘ ବର୍ଷେ ହେବ ମନରେଗା ରେ ଅଙ୍ଗନବାଡି ଗୃହ ସକ ପିଟ କରି ମେଟେରିଆଲ ଅର୍ଥ କାମ କରିଥିବା ଲୋକେ ପାଇ ନାହାନ୍ତି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଯନ୍ତ୍ରୀ,ସମସ୍ତ ଗ୍ରାମ୍ୟ ସମ୍ବଳ କର୍ମୀ ଉପସ୍ଥିତ ରହିଥିଲେ !ଏହି କାର୍ଯ୍ୟକ୍ରମ ରେ ବ୍ଲକ ସାମାଜିକ ସମୀକ୍ଷକ ପି ସୁନୀଲ କୁମାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଟେକ୍ନୋଓ୍ବାର୍ଲ୍ଡ +୨ ବିଜ୍ଞାନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର 

masiha

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ  ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଦିଶା ଯୋଜନା ଅଧିନରେ ଆଇନ୍ ସାକ୍ଷରତା ଏବଂ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!