ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

ନର୍ଲା (ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ କୁରମେଲ ଗ୍ରାମ ପଞ୍ଚାୟତ ଗୋର୍‌କେଲ୍‌ ନନ୍ଦଘର ଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ହୋଇଥିଲା,ବେଦାନ୍ତ ନନ୍ଦଘର କାର୍ଯକ୍ରମ ଜରିଆରେ ପିସିଆଇ ଇଣ୍ଡିଆ ଦ୍ୱାରା ଦାୟିତ୍ତ୍ୱ ରେ ଥିବ ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ପାଳିତ ହୋଇଥିବା ଏହି କାର୍ଯକ୍ରମ ରେ କୁରମେଲ୍‌ ଗାମ ପଞ୍ଚାୟତ ତରଫରୁ ଇନ୍ଦ୍ର ରଣା,ଏମ୍‌ବିକେ ସରଣୀ ଭୋଇ,ସିଆର୍‌ପି ଲଳିତା ରଣା,ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଳା ପାଢ଼ୀ,ଆଶା ଉଲପୀ ପାତ୍ର ମ୍ଞ୍ଚାସୀନ ଥିଲେ, ଶୀ ପ୍ରଧାନୀ ଆଜି ଦିବସର ଲକ୍ଷ୍ୟ ଉଦ୍ଦେଶ୍ଯ ଉପରେ ବୁଝାଇ ସୂଚନା ଦେବାପରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇ ଥିଲା,ପ୍ରଥମେ ଲବଣୀ ଭୋଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ,ପରେ ଗ୍ରାମ ପରିକ୍ରମା କରି ଏ ବର୍ଷ ର ବିଷୟ ସମାନତା ସଂପର୍କିତ ସଚେତନ ବାର୍ତ୍ତା ଦିଆ ଯାଇଥିଲା, କିଶୋରୀ ବାଳିକା ମାନେ ଏହି କାର୍ଯକ୍ରମ ରେ ସହଯୋଗ କରିଥିଲେ, ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରା ଯାଇଥିଲା,ଅନିତା ପାତ୍ର,ଲଳିତା ପାତ୍ର,ଲବଣୀ ଭୋଇ,କୌଶଲ୍ୟା ଠେଲା,ଗୀତାଞ୍ଜଳି ନାଏକ,କେତକୀ ଧଙ୍ଗଡ଼ା ମାଝୀ,ଲଭ୍‌ଲି ଧଙ୍ଗଡ଼ା ମାଝୀ,ଲୋପା ଗଉଡ଼,ଲିଲି ଠେଲା,ହେମଲତା ପାତ୍ର,ପୁରଷ୍କୃତ ହୋଇ ଥିଲେ,ଶେଷରେ କେତକୀ ଧଙ୍ଗଡ଼ା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

ବିଶ୍ୱ ସଂଗୀତ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!