ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କୋକସରା,୦୬/୦୩ – କଳାହାଣ୍ଡି ଜିଲ୍ଲାରୁ ବିକାଶର ଆଉ ଏକ ନୂତନ ସୋପାନ ବିଜୁ ଏକ୍ସପ୍ରେସ ୱେ କୁ ରବିବାର କୋକସରା ବ୍ଲକର ଆମପାଣି ଠାରେ ଲୋକାର୍ପଣ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୫ ଘଣ୍ଟା ସମୟରେ ଧର୍ମଗଡରୁ ହେଲିକ୍ୟାପ୍ଟର ଯୋଗେ ସ୍ଥାନୀୟ କନ୍ଦାଗଡ ପଡ଼ିଆରେ ଅବତରଣ କରିବା ପରେ କାର ଯୋଗେ ଘାଟିପଡା ଆମପାଣି ପଥପ୍ରାନ୍ତ କେନ୍ଦ୍ର ନିକଟରେ ବିଜୁ ଏକ୍ସପ୍ରେସ ୱେ ରାସ୍ତାକୁ ଲୋକାର୍ପଣ କରି ମାତ୍ର ୨ ମିନିଟ ମଧ୍ୟରେ ନିଜର ଅଭିଭାଷଣରେ ଜୟ ବୁଢ଼ାରଜା କହିବା ସହ ୫୯୦ କୋଟି ୮୪ ଲକ୍ଷ ବ୍ୟୟ ବରାଦରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେ କୁପଶ୍ଚିମ ଓଡିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ବିଜୁ ଏକ୍ସପ୍ରେସ ୱେ ପାଇଁ ଆପନ ମାନେ ଖୁସି ତୋ କହି ଲୋକଙ୍କ ନିକଟରୁ ବିଦାୟ ନେଇଥିଲେ। ତେବେ ଅଞ୍ଚଳର ଜନ ସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଅନେକ କିଛି ଆଶା ରଖିଥିଲେ ହେଲେ ମୁଖ୍ୟମନ୍ତ୍ରୀ କୌଣସି ବିକାଶ ମୂଳକ ଯୋଜନାର ଘୋଷଣା କରି ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଞ୍ଚରେ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ବିଧାୟକ ମୋୖଷଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିଲ୍ଲା ଯୁବ ସଭାପତି ବିଜେଡି ଆଦିତ୍ୟ ନନ୍ଦ ଓ କୋକସରା ବ୍ଲକର ନିର୍ବାଚିତ ଜନ ପ୍ରତିନିଧି ସମେତ ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ସମାଗମ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ: ରାଜ୍ୟପାଳ

Sunil Chandra Nayak

ଚିକିତ୍ସାବିଜ୍ଞାନ ରେ ପାଥୋଲୋଜି ର ଭୂମିକା ଗୁରୁତ୍ୱପୁର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!