ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃନ୍ଦାବାହାଲ ଶିଶୁମନ୍ଦିର ରେ ରାଜ୍ୟ ସରକାରଙ୍କ ଟାଲଟୁଲ ନୀତି କୁ ନେଇ ଗୋଲାମୁଣ୍ଡା ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ର ବୈଠକ

ଗୋଳାମୁଣ୍ଡା/୭/୩/ନିରପେକ୍ଷ ମସିହା/ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ନେଇ ଆଜି ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ କ୍ଷୋଭ ପ୍ରକାଶ କରିଛନ୍ତି.ପ୍ରାଥମିକ ଶିକ୍ଷକଙ୍କୁ ଠିକା ନିଯୁକ୍ତି ବାତିଲ କରିବା,6 ବର୍ଷ ଠିକା କାର୍ଯ୍ୟକଳାକୁ 6 ଟି ଜାତୀୟ ଇଂକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନ ପୁନଃ ପ୍ରଚଳିତ କରିବା ପାଇଁ ଅନେକ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ ସରକାର ଦାବୀ ପୂରଣ ନ କରୁଥିବାରୁ ଆଜି ବୃନ୍ଦାବାହାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ଗୋଲାମୁଣ୍ଡା ତରଫରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା. କାର୍ଯ୍ୟକ୍ରମ ରେ ସଭାପତି ଶିବରାମ ସୁନାନୀ,ଉପସଭାପତି ସ୍ୱରାଜ ବାଗ, ସାଧାରଣ ସମ୍ପାଦକ ଗମ୍ଭୀର ନାଏକ, ବିନୋଦ ପାଣିଗ୍ରାହୀ, ଜିତେନ୍ଦ୍ର ଜାଲ, ମାନସ ସାହୁ, ବିରୁପାକ୍ଷ ଦୀପ ,ସୁବାଷ ବାଗ, ସୁଲତାନ ସୁନାନୀସମେତ ଅନେକ ଶିକ୍ଷକ ବୈଠକରେ ଉପସ୍ଥିତ ଥାଇ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି.

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମାଣିକ ଫାଉଣ୍ଡେସନର ପଣା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ନିଆରା ପର୍ବ ପୌଷପୁର୍ଣିମା

masiha

ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!