ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଶ୍ରମିକ ଙ୍କ ମୃତ୍ୟୁ

ଦାଦନ ଶ୍ରମିକ ଙ୍କ ମୃତ୍ୟୁ

ମାଣ୍ଡେଲ ଗ୍ରାମ ର ଲୋକନାଥ ଦୀପ ତାମିଲନାଡୁ ର କୋଏମ୍ବାଟୁ ରେ ସୁରକ୍ଷାକର୍ମୀ ଭାବେ ସ୍ପିନ ପାର୍କ ପ୍ରାଇଭେଟ୍ କମ୍ପାନୀରେ 7 ବର୍ଷ ହେବ କାର୍ଯ୍ୟ କରୁଥିଲେ ହେଲେ ଗତ 03 ତାରିଖ ରବିବାର ଦିନ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ନର୍ଲା ଵକ୍ଳ ର ମାଣ୍ଡେଲ ଗ୍ରାମ ନିଜ ଜନ୍ମ ମାଟି କୁ ଶବ ଆଣିବା ପାଇଁ ସକ୍ଷମ ନ ହେବାରୁ ସମାଜସେବୀ ତଥା ଆମ ଅନୁଷ୍ଠାନ ର କାର୍ଯ୍ୟ କର୍ତ୍ତା ଦିଲିପ ନାଏକ  ଏହି ଦୁଃଖଦ ଖବର ଜାଣିବାରୁ ତୁରନ୍ତ ସମାଜସେବୀ ବାବୁଲି ମଣ୍ଡଳ  ଙ୍କୁ ଜଣାଇବା ରୁ ବର୍ତମାନ ସୁଦୂର ତାମିଲନାଡୁ ର କୋଏମ୍ବାଟୁ ରୁ ଶବ ଆସୁଅଛି। ଆସନ୍ତା କାଲି ଶବ ନିଜ ଜନ୍ମ ମାଟି ପହଞ୍ଚିବ । ଏହି ଦୁଃଖଦ ଖବର ପାଇ , ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ  ଙ୍କ ସହିତ ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ନିଳକଣ୍ଠ ବେହେରା, ରାହାସ ବାରିକ୍, ଟିକେଶ୍ୱର ସାହୁ, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଯାଇ ମୃତ୍ୟୁ ବରଣ କରିଥିବା ପରିବାର କୁ ଆଶ୍ୱାସନା ଦେବା ସହିତ କିଛି ସୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

masiha

ନବରଙ୍ଗପୁର ପୌରପାଳିକାରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ 

Leave a Comment

error: Content is protected !!