ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ସଚେତନତା ଶିବିର

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଂଗୀତା ସାମଲ ଚାଷୀ ମାନଙ୍କୁ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଯଥା:- ମତ୍ସ୍ୟ ପୋଖରୀ ଯୋଜନା, ଜୈବ ପୁଞ୍ଜ ପଦ୍ଧତିରେ ମାଛ ଚାଷ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେନ୍ଦ୍ର ସରକାର ଙ୍କ ଯୋଜନା ମାଧ୍ୟମରେ ଜୈବପୁଞ୍ଜ ପଦ୍ଧତି ରେ ମାଛଚାଷ, ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ, କ୍ଷେତ ପୋଖରୀରେ ମାଛ ଚାଷ, ଯାଆଁଳ ଚାଷ, ନୂତନ ଯାଆଁଳା ପୋଖରୀ ଖନନ, ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ରେ ମାଛ ଧରା ଜାଲ, ମୋଟର ସାଇକେଲ ସହ ବରଫ ବାକ୍ସ, ଅଟୋ ସହିତ ବରଫ ବାକ୍ସ ପ୍ରଦାନ ଆଦି ଯୋଜନା ଗୁଡିକ ଉପରେ ବୁଝାଇଥିଲେ | ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝି, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିତ୍ସାଧିକାରୀ ଡା. ସାରସ୍ଵତ ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଲମଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ୩ ପଞ୍ଚାୟତ ବାସି ଏକତ୍ରିତ 

masiha

Intellect & Talent Award observed by 42 Mouza Bikash Parisad.

masiha

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

Sunil Chandra Nayak

Leave a Comment

error: Content is protected !!