ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଉଟି କାର୍ଡ ବଣ୍ଟନରେ ଅନିୟମିତତା, ହିତାଧିକାରୀଙ୍କ ଠାରୁ ୫୦ ଟଙ୍କା ଆଦାୟ ଅଭିଯୋଗରେ ବିରିକୋଟ ଓ ବଡ଼ଛତରଙ୍ଗ ପଞ୍ଚାୟତର ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତଦନ୍ତ ପାଇଁ ଦାବି

ଖାଉଟି କାର୍ଡ ବଣ୍ଟନରେ ଅନିୟମିତତା, ହିତାଧିକାରୀଙ୍କ ଠାରୁ ୫୦ ଟଙ୍କା ଆଦାୟ ଅଭିଯୋଗରେ ବିରିକୋଟ ଓ ବଡ଼ଛତରଙ୍ଗ ପଞ୍ଚାୟତର ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତଦନ୍ତ ପାଇଁ ଦାବି

ଥୁଆମୂଳ ରାମପୁର:୦୨/୦୭ – (ମନିସ):- ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ମାଗଣା ଖାଉଟି କାର୍ଡ ମାଗଣାରେ ଚାଉଳ ମଧ୍ୟ ବଣ୍ଟନ କରିବା ପାଇଁ ପ୍ରୟାସ ଜାରିରଖିଥିବା ବେଳେ କିଛି ଅସାଧୁ କର୍ମଚାରୀ ହିତାଧିକାରୀଙ୍କ ଠାରୁ ଖାଉଟି କାର୍ଡ ବଣ୍ଟନରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ସମ୍ମାନକୁ ଆସିଛି ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନରେ ଥିବା ବିରିକୋଟ ଓ ବଡ଼ଛତ୍ରଙ୍ଗ ଗ୍ରାମପଞ୍ଚାୟତ ମାନଙ୍କରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନର ନୂତନ ଖାଉଟି କାର୍ଡ ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଖାଉଟି କାର୍ଡ ସମ୍ପୂର୍ଣ୍ଣ ନିଶୁଳ୍କ ବଣ୍ଟନ କରିବା ବଦଳରେ କାର୍ଡ ପିଛା ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୫୦ ଟଙ୍କା ହିସାବରେ ଅର୍ଥ ଆଦାୟ କରିଥିବା ଘଟଣାର ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଘଟଣାକୁ ନେଇ ଦୁଇ ପଞ୍ଚାୟତର ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି, ତେବେ ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ବ୍ଳକ ପ୍ରଶାସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସୂଚନାରୁ ଜଣାପଡିଛି ଯେ, ଖାଉଟି କାର୍ଡ ବଣ୍ଟନ ଦାୟିତ୍ୱରେ ଥିବା ଯୋଗାଣ ସହାୟକ ମହାଶୟ କାର୍ଡ ପିଛା ୫୦ ଟଙ୍କା ନେଇଛନ୍ତି। ଅସହାୟ ଗରିବ ପରିବାର ହିତାଧିକାରୀ ମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବା ଭୟରେ ବାଧ୍ୟ ହୋଇ ଅର୍ଥ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଏହାଛଡା କିଛି ହିତାଧିକାରୀ ମାନଙ୍କ ମଧ୍ୟରେ ଅଭିଯୋଗ କରିଛନ୍ତି ଯେ, ଟଙ୍କା ନଦେଲେ ଖାଉଟି କାର୍ଡ ବଣ୍ଟନରେ ମଧ୍ୟ ବିଳମ୍ବ କରାଯାଉଛି ଏବଂ ଏହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ଘଟଣା ପ୍ରକଟ ହେବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ଦେଖାଦେଇଛି। ହିତାଧିକାରୀଙ୍କ କହିବା କଥା, ଏହା ଯେ ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ, ପଞ୍ଚାୟତରେ କାର୍ଯ୍ୟରତ କର୍ମଚାରୀ ମାନେ ଖାଉଟି କାର୍ଡ ବଣ୍ଟନରେ ହିତାଧିକାରୀଙ୍କ ଠାରୁ ବେନିୟମ ଭାବରେ ଅର୍ଥ ଆଦାୟ କରାଯାଏ, ତେବେ ସରକାରୀଙ୍କ ଜନହିତକର ଯୋଜନା ଉପରେ ସନ୍ଦେହ ସୃଷ୍ଟି ହେବାଫଳରେ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ କ୍ଷୁଣ୍ଣ କରିପାରେ ବୋଲି ଆଲୋଚନା ହେଉଥିବା ଜଣାପଡିଛି। ତେଣୁ ଉକ୍ତ ଘଟଣାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହିତାଧିକାରୀ ଠାରୁ ଆଦାୟ କରାଯାଇଥିବା ଟଙ୍କା ଫେରସ୍ତ କରିବା ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି। ଏହି ଘଟଣା କୁ ନେଇ ବ୍ଲକ ଯୋଗାଣ ଅଧିକାରୀ ବିଭୁରଞ୍ଜନ ସାହୁଙ୍କୁ ସାକ୍ଷାତ କରି ପଚାରିଥିଲୁ। ହେଲେ ସେ ପ୍ରକାଶ କରିଥିଲେ ଯେ, ଘଟଣା ସମ୍ପର୍କରେ ସେମାନଙ୍କୁ ବୁଝିବା ପରେ ମୁଁ କହିବି ବୋଲି କହିଛନ୍ତି। ଅଧିକାରୀ ପୁଣି କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ସରକାରୀ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରେ ଶିକ୍ଷକ ସମ୍ମାନିତ

Sunil Chandra Nayak

ବାଲୁକା କଳାରେ ଶୀତୁଆ ସକାଳର ଦୃଶ୍ୟ

Sunil Chandra Nayak

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

masiha

Leave a Comment

error: Content is protected !!