ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିର ବିଭିନ୍ନ ରେଳ ସମସ୍ୟାର ସମାଧାନ ଦାବି  ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଭେଟିଲେ ରେଳଯାତ୍ରୀ ସଂଘର ଅଧ୍ୟକ୍ଷ 

କଳାହାଣ୍ଡିର ବିଭିନ୍ନ ରେଳ ସମସ୍ୟାର ସମାଧାନ ଦାବି 

ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଭେଟିଲେ ରେଳଯାତ୍ରୀ ସଂଘର ଅଧ୍ୟକ୍ଷ 

ଭବାନୀପାଟଣା,୦୩/୦୭()-କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ ଓ ସେଗୁଡିକର ସ୍ଥାୟୀ ସମାଧାନ ପାଇଁ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି କଳାହାଣ୍ଡି ରେଳଯାତ୍ରୀ ସଂଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ। ଆଜି ସମ୍ବଲପୁରସ୍ଥିତ ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଚୌଧୁରୀଙ୍କୁ ସାକ୍ଷାତ କରି ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ଭବାନୀପାଟଣା ରେଳ ଷ୍ଟେସନ ଓ ଏହାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ମନ୍ଥରତା ଏବଂ ନିମ୍ନମାନର କାମକୁ ନେଇ ଅଭିଯୋଗ କରିବା ସହିତ ଏଥିରେ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଚୌଧୁରୀ ନିଜେ ହସ୍ତକ୍ଷେପ କରି ତଦନ୍ତ ଓ ତଦାରଖ କରିବାକୁ ସେ ଦାବି କରିଥିଲେ। ସେହିପରି ଭବାନୀପାଟଣା ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା, ଭବାନୀପାଟଣା ଓ ଜୁନାଗଡ଼ ରେଳଷ୍ଟେସନରେ ଦ୍ଵିତୀୟ ପ୍ଲାଟଫର୍ମ ନିର୍ମାଣ, ରାମଚନ୍ଦ୍ରପୁର ସମେତ ଦେପୁର, କୁଟ୍ରୁଖମାର ଓ ଗୁରୁତ୍ୱପୂର୍ଣ୍ଣ ନର୍ଲାରୋଡ଼ ରେଳଷ୍ଟେସନରେ ଦୂରଗାମୀ ଟ୍ରେନ ରହଣୀ, କେସିଙ୍ଗାରୁ ଭବାନୀପାଟଣାକୁ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ କଳାହାଣ୍ଡି ରେଳଯାତ୍ରୀ ସଂଘ ଭଳି ଅନେକ ନାଗରିକ ସଂଗଠନ ବରାବର ଦୃଷ୍ଟି ଆକର୍ଷଣ ସହିତ ରେଳ ସମସ୍ୟା ପ୍ରତି ଜିଲ୍ଲାବାସୀଙ୍କ ଆନ୍ତରିକତା ଓ ତତ୍ପରତାକୁ ନେଇ ଶ୍ରୀ ଚୌଧୁରୀ ଖୁସି ବ୍ୟକ୍ତ କରିଥିଲେ। ଏହାସହିତ ଜିଲ୍ଲାର ବିଭିନ୍ନ ରେଳ ସମସ୍ୟାଗୁଡ଼ିକ ସମ୍ପର୍କରେ ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

Related posts

ଆଇନଜୀବୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ 

masiha

ପୌର ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!