ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ସାପ୍ତାହିକ କବିତା ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ସାପ୍ତାହିକ କବିତା ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୦୬/୧୨/୨୩- “ପ୍ରତ୍ୟେକ ରବିବାର ପରି ଗତ ତା ୦୩/୧୨/୨୦୨୩ ରିଖ ରବିବାର ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥର ପ୍ରତିଯୋଗୀଙ୍କ ନିମନ୍ତେ କବିତାର ଶୀର୍ଷକ ଥିଲା ” କାଳରାତ୍ରୀ ” । ଏବାବଦେରେ ପୂର୍ବରୁ ଘୋଷଣା ଦିଆଯାଇଥିଲା । ଘୋଷଣା ମୁତାବକ ପ୍ରତିଯୋଗୀ ମାନେ କବିତା ଲେଖି ସୂଚିତ ସମୟସୀମା ମଧ୍ୟରେ ପଠାଇଥିଲେ । ବିଭିନ୍ନ ସ୍ଥାନରୁ ମୋଟ ୨୧ ଜଣ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ (୧) ରେଖାରାଣୀ ବାରିକ୍, ଭୋଗପୁର, ଖଇରା, ବାଲେଶ୍ଵର (୨) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୩) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା (୪) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୫) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୬) ଜ୍ଯୋତ୍ସ୍ନାରାଣୀ ଦେବୀ, ବ୍ରହ୍ମପୁର, ଗଞ୍ଜାମ (୭) ବନ୍ଦନା ବିଶ୍ୱାସ, ବାଲେଶ୍ଵର (୮) ଡକ୍ଟର ଚପଳା କୁମାରୀ ପଣ୍ଡା, ଖୋର୍ଦ୍ଧା (୯) ଅର୍ପିତା ମଲ୍ଲିକ, ବାଙ୍ଗାଲୋର (୧୦) ପ୍ରତିମା ଶତପଥୀ, ଯାଜପୁର (୧୧) ଝୁମୁରୀ ସାହୁ, ଖୋର୍ଦ୍ଧା (୧୨) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୧୩) ଶୁଭଶ୍ରୀ ପ୍ରଧାନ, କୋଣାର୍କ, ପୁରୀ (୧୪) ସୁକାନ୍ତି ସ୍ବାଇଁ, ରାଇପଲୀ, ଗଞ୍ଜାମ (୧୫) ପ୍ରେମଲତା ଗିରି, କେନ୍ଦ୍ରାପଡା (୧୬) ସୁଚିତ୍ରା ନାୟକ, ଭୁବନେଶ୍ୱର (୧୭) ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ (୧୮) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୧୯) ତାନଶ୍ରୀ ମହାପାତ୍ର, ବାଲେଶ୍ଵର (୨୦) ସ୍ବାଗତିକା ସାହୁ, ଅଧ୍ଯାପିକା, କନ୍ଧମାଳ (୨୧) ଦିଲିପ୍ କୁମାର ନାୟକ, ନରଣପଡା, କେନ୍ଦ୍ରାପଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସୁଚିନ୍ତିତ ସମୀକ୍ଷାରୁ ଡକ୍ଟର ଚପଳା ପଣ୍ଡା ପ୍ରଥମ ସ୍ଥାନ, ଶୁଭଶ୍ରୀ ପ୍ରଧାନ ଦ୍ଵିତୀୟ ସ୍ଥାନ ଓ ରଞ୍ଜୁଲତା ପାଢୀଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟ ମାନେ ସ୍ଥାନ ଅଧିକାର କରିପାରି ନାହାନ୍ତି । ବିଳମ୍ବରେ ଆସିଥିବା କବିତା ଗୁଡିକ ସୁନ୍ଦର ହୋଇଥିଲେ ମଧ୍ୟ ବିଚାରକୁ ନିଆଯାଇ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ଧାର୍ଯ୍ୟ ସମୟ ପୂର୍ବରୁ କିମ୍ବା ପରେ ଦିଅନ୍ତୁ ନାହିଁ । ଧାର୍ଯ୍ୟ ସମୟ ମଧ୍ୟରେ ଦେଲେ କବିତା ଗୁଡିକୁ ଏକତ୍ର କରିବା ସମ୍ଭବ ହେବ ଏବଂ ତାଲିକା ଭୁକ୍ତ ହୋଇ ବିଚାର ଟେବୁଲକୁ ଯିବ । ସୂଚିତ ସମୟ ସୀମା ମଧ୍ୟରେ ପଠାଇବା ପାଇଁ ବାରମ୍ବାର ସମସ୍ତଙ୍କୁ ସୂଚନା ପ୍ରଦାନ କରାଯାଉଛି । ତଥାପି ଭୁଲ୍ କରୁଥିବାରୁ ଦୁଃଖ ଲାଗୁଛି । ଆଜି ସ୍ଥାନ ମିଳିନି ହୁଏତ କାଲି ମିଳିପାରେ ! ସେଥିପାଇଁ ପଛଘୁଞ୍ଚା ନଦେଇ ଲେଖି ଚାଲନ୍ତୁ ନିଶ୍ଚୟ ଦିନେ ନା ଦିନେ ସ୍ଥାନ ହାସଲ କରିବାରେ ସକ୍ଷମ ହେବେ । କାରଣ ଅପେକ୍ଷାର ଫଳ ମିଠା ହୋଇଥାଏ । ଧୈର୍ଯ୍ୟର ସହିତ ଅପେକ୍ଷା କରି ନିଜର ଲେଖନୀ ଚାଲୁ ରଖନ୍ତୁ ବୋଲି ସମସ୍ତ ପ୍ରତିଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାଂସଦଙ୍କ ଦ୍ଵାରା ସଖୀ( ଓ୍ବାନ୍ ଷ୍ଟପ୍ ସେଣ୍ଟର) ଶୁଭ ଉଦଘାଟିତ

Sunil Chandra Nayak

ଭବାନୀପାଟଣା ବସଷ୍ଟାଣ୍ଡରେ ଥିବା ମିଶନ୍ ଶକ୍ତି କାଫେ ର ଉଦ୍ଘାଟନ

masiha

ନର୍ଲା ଓକିଲ ସଂଘ ନିର୍ବାଚନ 

masiha

Leave a Comment

error: Content is protected !!