ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

ନୂଆପଡା // , ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତ୍ବର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ଥିବା ବେଳେ ଚିକିତ୍ସି ଚାଲିଅଛି। ଏହି ଆତ୍ମାହୁତି ଉଦ୍ୟମରେ ତାଙ୍କର ଅଧାରୁ ଅଧିକ ଶରୀର ପୋଡି ଯାଇଥିବା ଜଣାପଡେ।ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଜମି ପ୍ରମିଶନ ନେଇ ତହସିଲ ପକ୍ଷରୁ ଏକ ରିପୋର୍ଟ ପ୍ରଦାନ ରେ ହଇରାଣ ହେଉଥିବା ଅଭିଯୋଗ ରେ ଜଣେ ଯୁବକ ତାର ଶରୀର ରେ ପେଟ୍ରୋଲ ଢାଲି ଆତ୍ମହୁତି ଉଦ୍ୟମ କରିଥିବାବେଳେ ତାର ଶରୀର ଅଧା ରୁ ଅଧିକ ପୋଡି ଗୁରୁତ୍ବର ହୋଇ ପଡିଛନ୍ତି। ଆତ୍ମାହୁତି କରିଥିବା ଯୁବକ ଜଗଦିଶ ଚୌହାନ ବୋଲି ଜଣାପଡିଛି। ନୂଆପଡା ସଦର ବ୍ଲକ କଲ୍ୟାଣପୁର ଗାଁ ୩୫ ବର୍ଷିୟ ଯୁବକ ତାର ପରିବାର ଅସୁବିଧା ହେତୁ ତାର ଭାଗ ର ୧୬ ଡିସମିଲ ଜମି କୁ ବିକ୍ରି ପାଇ ତହସିଲ ଅଫିସ ରେ ଆବେଦନ କରିଥିଲେ। ନୂଆପଡା ଜମି ବିକ୍ରି ପାଇଁ ରିପୋର୍ଟ ପ୍ରଦାନ ପାଇଁ ବାରମ୍ବାର ତହସିଲ କର୍ଯ୍ୟାଳୟବରେ ହଇରାଣ କରୁଥିବା ରୁ ଆଜି ଆବେଦନକାରୀ ଜଗଦିଶ ଚୌହାନ ନୂଆପଡା ତହସିଲ ଅଫିସ ସମ୍ମୁଖ ରେ ନିଜ ଶରୀର ରେ ପେଟ୍ରୋଲ ଢାଲି ନିଆ ଲଗାଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

Sunil Chandra Nayak

ରାଜ ଚlଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

masiha

Leave a Comment

error: Content is protected !!