ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା/ ସୁନ୍ଦରଗଡ କିରାଲଗା ଗ୍ରାମ ମାଟିର ପୁଅ ତଥା ଓଡିଶାର ଗର୍ବ ଗୌରବ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ଅବସର ପରେ ନିଜ ଗ୍ରାମ କିରାଲଗା ରେ ସସ୍ତ୍ରୀକ ପହଞ୍ଚିଥିଲେ । ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜନ କରାଯାଇ ଶ୍ରୀ ତନ୍ତୀ ଓ ଶ୍ରୀମତୀ ମଥୁରା ତନ୍ତୀଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରୁ ଗ୍ରାମବାସୀମାନେ ପାରମ୍ପାରିକ ନୃତ୍ୟ ସଂଗୀତ ମାଧ୍ୟମରେ ଉଭୟ ଦମ୍ପତିଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ତନ୍ତୀ ନିଜ ଜନ୍ମମାଟି, ସ୍କୁଲ ଜୀବନର ଅନୁଭୂତି, ଚାକିରୀ କାଳର ଅଭିଜ୍ଞତା ଓ ସାଂପ୍ରତିକ ଜୀବନ ସଂପର୍କରେ ବକ୍ତବ୍ଯ ରଖିଥିଲେ । ନିଜ ଜୀବନର ସଫଳତା ପାଇଁ ସେ ଗ୍ରାମର ସମସ୍ତ ବରିଷ୍ଠଙ୍କ ଆଶୀର୍ବାଦ ଓ ବଂଧୁଙ୍କ ସହ କନିଷ୍ଠଙ୍କ ସହଯୋଗ ତଥା ପରିବାରର ପ୍ରୋତ୍ସାହନ କୁ ଶ୍ରେୟ ଦେଇଥିଲେ । କାର୍ଯ୍ୟକ୍ରମରେ ଭାସ୍କର ଜୟପୁରିଆ, ବୈକୁଣ୍ଠ ତନ୍ତୀ, ଚୁରନ ମହାନନ୍ଦିଆ, କଷ୍ଟୁ ମହାନନ୍ଦିଆ, ଫିରନ ମହାନନ୍ଦିଆ, ରାମ, ଚନ୍ଦ୍ର ପ୍ରମୁଖ ତାଙ୍କୁ ସ୍ବାଗତ କରିଥିବା ବେଳେ ଶ୍ରୀ ତନ୍ତୀଙ୍କ ସଂପର୍କରେ ବକ୍ତବ୍ଯ ରଖି ତାଙ୍କୁ ପଶ୍ଚିମ ଓଡିଶାର ଗର୍ବ ଗୌରବ ବୋଲି ଅବହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଳସୀରାମ ତନ୍ତୀ, ଆରଏସପିର ମହାପ୍ରବନ୍ଧକ ଶ୍ରୀନାଥ ନାଏକ, ଦୁବରାଜ ଗୋଖ୍ରା, ଦୁତିବାହାନ, ଦିଲେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ତନ୍ତୀ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

masiha

*MASSIVE PROTEST BLOCKS RAYAGADA ROAD, COMMUTERS FACE DIFFICULTIES*

masiha

Leave a Comment

error: Content is protected !!