ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈସାଖି ତାଣ୍ଡବ – ଉଡେଇଲା ଘରର ଆଜ୍ ବେଷ୍ଟର  ସିଟ , ପର ପିଣ୍ଡାରେ ୨ ଗ୍ରାମବାସି

ବନ୍ଧୁଗାଁ ତା,୨୫/୫/୨୩, କାଳ ବୈଶାଖି  ରଚିଦେଲା  ତାଣ୍ଡବ ଲୀଳା। ଦୁଇ ପଞ୍ଚାୟତର ଏଗାର ଖଣ୍ଡ ଘରର ଆଜ୍ବେଷ୍ଟର ଭାଙ୍ଗିବା ସହ ଘର ଉପରେ ପଡ଼ିଲା ଗଛ  I ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନାରାୟଣ ପାଟଣା ବ୍ଲକର ଲଙ୍ଗଳ ବେଡା ପଞ୍ଚାୟତର ଲଙ୍ଗଳ ବେଡା, କଙ୍କଡାପୁଟ ଓ ଦଳେଇ ପେଟା ଏବଂ ବୋରିଗୀ ଗ୍ରାମ ପଞ୍ଚାୟତରେ ମଧ୍ୟ ଗତକାଲି ସନ୍ଦ୍ୟା ଚାରିଟା ସମୟରେ କାଳ ବୈଶାଖି ତାଣ୍ଡବରେ ଅନେକ ଘର ଭାଙ୍ଗିବା ସହ ଘରର ଝିକର, ଟିଣ, ଆଜ୍ ବେଷ୍ଟର ସିଟ ଉଡାଇ ଦେଇ ସିଟ ଗୁଡାକ ଭାଙ୍ଗିବା ଦ୍ୱାରା ଘର ଭିତରେ ଥିବା ଅନେକ ଆସବା ପତ୍ର ଖାଇବା ଖାଦ୍ୟର ସାମଗ୍ରୀ, ଚାଉଳ, ମାଣ୍ଡିଆ, କପଡା ଲତା ନଷ୍ଟ ଯାଇଥିବାର ଦେଖିବାକୁ ମିଳିଛି I ଗତ କାଲି ଘଟିଥିବା ଉକ୍ତ ଦୁଖଦଃ ବିଷୟ ଶୁଣି ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସମାଜ ସେବି ଶ୍ରୀ ଶଙ୍କର ସାଉନ୍ତା ବାବୁ ନାରାୟଣ ପାଟଣା ବ୍ଲକର ପୂର୍ବତନ ସମିତି ଉପାଧ୍ୟକ୍ଷ ଶ୍ରୀ ରାମ ଜାନିଙ୍କୁ ଡାକି ନାରାୟଣ ପାଟଣା ଏକ ହୋଟେଲରୁ ୨ ଗାଁର ୧୨ ପରିବାରଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ବିଜୁଳି ପଡି ମୃତ୍ୟୁ ହୋଇଥିବା ବୋରିଗୀ ପଞ୍ଚାୟତର ନାଳ ପଦର ଗ୍ରାମର ଘାଷୀ ନାଚିକାଙ୍କ ପରିବାର ସହ ମିଶି କିଛି ସହାୟତା ଦେବା ସହ ପରିବାରଙ୍କୁ ସାନ୍ତ୍ୱନା ସମବେଦନା ଜଣାଇଥିଲେ I ଆଜି ସକାଳେ କାଳ ବୈଶାଖି ଘଟିଥିବା ଦୁଇ ପଞ୍ଚାୟତର ବାରଖଣ୍ଡ ଗ୍ରାମକୁ ଜିଲ୍ଲା ପରିସଦ ଅଧ୍ୟକ୍ଷା ସୁଶ୍ରୀ ସଶ୍ମିତା ପହଞ୍ଚି ଗାଁ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପ୍ରଶାସନ ତରଫୋରୁ ସମସ୍ତ ପରିବାରଙ୍କୁ ତିରପାନ ଯୋଗାଈ ଦେଇଥିବା ସହ କୋରାପୁଟ ଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ଜଣାଇ କାଳବୈସାଖି ତାଣ୍ଡବରେ ଘର ଉଜାଡି ଥିବା ପରିବାରଙ୍କୁ ସାହାଯ୍ୟ କରାଯିବା ପାଇଁ କହିଥିଲେ I ଉକ୍ତ ବିଷୟକୁ  ସମସ୍ତଙ୍କୁ ସାହାଯ୍ୟ ନିଶ୍ଚୟ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଖତର ଜିଲ୍ଲା ପରିସଦ ଅଧ୍ୟକ୍ଷଙ୍କୁ ଫୋନ ମାଧ୍ୟମରେ ଜଣେଇଥିଲେ I ଲୋକେ ବର୍ତ୍ତମାନ ତିରପାଲ୍ ତଳେ ଦିନ ବିତାଉ ଥିବାର ଦେଖିବାକୁ ମିଳିଛି I କେବେ ମିଳିବ ଉଜାଡି ଥିବା ଘର ପରିବାରଙ୍କୁ ସରକାର ସାହାଯ୍ୟ I ଏହି କାଳ ବୈଶାଖି ତାଣ୍ଡବ ଘଟିଥିବା ଗାଁରେ ଜିଲ୍ଲା ପରିସଦ ଅଧ୍ୟକ୍ଷାଙ୍କ ସହ ନାରାୟଣ ପାଟଣା ବ୍ଲକର ଅଧକ୍ଷ ଶ୍ରୀ ଗୋଲାଦି ତିରନାଥ, ପଟପନ ଜେନା, ଓ ବିଜେଡି ଦଳର ଅନ୍ୟାନ୍ୟ  କାର୍ଯ୍ୟକର୍ତ୍ତା ରହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

masiha

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

Leave a Comment

error: Content is protected !!