ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗର୍ତ୍ତରେ ବୁଡି ବାଳକ ମୃତ 

ଗର୍ତ୍ତରେ ବୁଡି ବାଳକ ମୃତ 

ଆସିକା, ୨୪/୧୧/୨୫ ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତ ର ମହୁଲ ପଲି ଗ୍ରାମରେ ସକାଳ ଦଶ ଘଣ୍ଟ ସମୟରେ ଏକ ଅଘଟଣ ଘଟି ଜଣେ 12 ବର୍ଷ ବାଳକର ଜୀବନ ଯାଇଛି । ମିଳିଥିବା ଖବର ଅନୁସାରେ ଧରାକୋଟ ବ୍ଲକର ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ କଇଠିରା ଗ୍ରାମର ବାୟା ନାୟକ ଓ ସଞ୍ଜୁ ନାୟକ ଙ୍କ 12 ବର୍ଷର ପୁଅ ଆୟୁଷ ଗତ ରବିବାର ଦିନ ନିଜ ପିଉସା ଘର ମହୁଲପଲି କୁ ଭୋଜି ଖାଇବା ପାଇଁ ଆସିଥିଲା । ସୋମବାର ସକାଳୁ ମହୁଲପଲି ର କିଛି ସାଙ୍ଗ ମାନଙ୍କ ସହିତ ସେ ଗାଁ ଠାରୁ କେନ୍ଦୁପଲି ଯିବା ରାସ୍ତାରେ ଥିବା ଏକ ଗର୍ତ ନିକଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଚାନକ ଏହି ଗାତ ଭିତରୁକୁ ପଶିଯାଇ ବାହାରକୁ ବାହାରି ପାରି ନଥିଲା । ଘଟଣା ସମ୍ପର୍କରେ ସାଙ୍ଗ ମାନେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ। ଘର ଲୋକ ଗର୍ତ୍ତ ଭିତରୁ ଆୟୁଷ କୁ ବାହାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିବା ପରେ ବଡଗଡ ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପିଉସା ଘର କୁ ଭୋଜି ଖାଇବା ପାଇଁ ଆସି ଅଚାନକ ବୁଡିଯାଇ ଜୀବନ ଚାଲିଯିବା ଘଟଣା ଧରାକୋଟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ 

masiha

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ

Sunil Chandra Nayak

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ପିଇଓ

Sunil Chandra Nayak

Leave a Comment

error: Content is protected !!