ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗର୍ତ୍ତରେ ବୁଡି ବାଳକ ମୃତ 

ଗର୍ତ୍ତରେ ବୁଡି ବାଳକ ମୃତ 

ଆସିକା, ୨୪/୧୧/୨୫ ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତ ର ମହୁଲ ପଲି ଗ୍ରାମରେ ସକାଳ ଦଶ ଘଣ୍ଟ ସମୟରେ ଏକ ଅଘଟଣ ଘଟି ଜଣେ 12 ବର୍ଷ ବାଳକର ଜୀବନ ଯାଇଛି । ମିଳିଥିବା ଖବର ଅନୁସାରେ ଧରାକୋଟ ବ୍ଲକର ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ କଇଠିରା ଗ୍ରାମର ବାୟା ନାୟକ ଓ ସଞ୍ଜୁ ନାୟକ ଙ୍କ 12 ବର୍ଷର ପୁଅ ଆୟୁଷ ଗତ ରବିବାର ଦିନ ନିଜ ପିଉସା ଘର ମହୁଲପଲି କୁ ଭୋଜି ଖାଇବା ପାଇଁ ଆସିଥିଲା । ସୋମବାର ସକାଳୁ ମହୁଲପଲି ର କିଛି ସାଙ୍ଗ ମାନଙ୍କ ସହିତ ସେ ଗାଁ ଠାରୁ କେନ୍ଦୁପଲି ଯିବା ରାସ୍ତାରେ ଥିବା ଏକ ଗର୍ତ ନିକଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଚାନକ ଏହି ଗାତ ଭିତରୁକୁ ପଶିଯାଇ ବାହାରକୁ ବାହାରି ପାରି ନଥିଲା । ଘଟଣା ସମ୍ପର୍କରେ ସାଙ୍ଗ ମାନେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ। ଘର ଲୋକ ଗର୍ତ୍ତ ଭିତରୁ ଆୟୁଷ କୁ ବାହାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିବା ପରେ ବଡଗଡ ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପିଉସା ଘର କୁ ଭୋଜି ଖାଇବା ପାଇଁ ଆସି ଅଚାନକ ବୁଡିଯାଇ ଜୀବନ ଚାଲିଯିବା ଘଟଣା ଧରାକୋଟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ପାଳିତ

Sunil Chandra Nayak

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!