ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳଜୟୀ କବିତା ବିଶ୍ୱବ୍ୟାପୀ ହୋଇଥାଏ.. ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ଵ କବିତା ଦିବସ ପାଳିତ

କାଳଜୟୀ କବିତା ବିଶ୍ୱବ୍ୟାପୀ ହୋଇଥାଏ..

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ଵ କବିତା ଦିବସ ପାଳିତ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର ୭ ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ପୌରୋହିତ୍ୟରେ ବିଶ୍ବ କବିତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମନିର୍ଦ୍ଦେଶିକା ଡ ମନସ୍ଵିନୀ ଦାଶ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ଡ ନଗେନ କୁମାର ଦାସ ଯୋଗଦେଇ ‘ କବିତାର ବିଶ୍ଵ ବିଶ୍ୱର କବିତା’ ଶୀର୍ଷକ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲ। ସହ ସାଧାରଣ ସମ୍ପାଦକ କବି ସୁଶାନ୍ତ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ବିଶ୍ଵ କବିତା ଦିବସର ଆଭିମୁଖ୍ୟ ବର୍ଣ୍ଣନା କରି ବିଶ୍ୱ ସ୍ତରରେ ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ଏକାଭିମୁଖି କରିବାରେ ବିଭିନ୍ନ ଭାଷାରେ ଲିଖିତ କବିତା ଗୁଡ଼ିକ ଏକ ଏକ ବଳିଷ୍ଠ ମାଧ୍ୟମ ବୋଲି ମତ ସାବ୍ୟସ୍ତ କରିଥିଲେ। ଇତ୍ୟବସରରେ ଶ୍ରୀମତୀ ସୁବ୍ରତା ପତିଙ୍କୁ କବି ରେବତୀ ସାହୁ ସ୍ମୁତି ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଡଲିରାଣୀ ବ୍ରହ୍ମାଙ୍କ ଅଧ୍ୟକ୍ଷତା ଏବଂ ବିଜୟିନୀ ଜେନା ଓ ଉପେନ୍ଦ୍ର ବସ୍ତିଆଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ ଆନୁଷ୍ଠିତ ହୋଇଥିଲା। ଡ଼ାକ୍ତର କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ ,ସତ୍ୟବ୍ରତ ଦାସ,ଦିବାକର ଦାସ, ବଳରାମ ଦାସ, ପୀତବାସ ପ୍ରଧାନ, ବଳରାମ ରାଉଳ, ମଞ୍ଜୁଳା କୁମାରୀ ରଥ, ଡ ମନସ୍ଵିନୀ ଦାଶ, ସୁବ୍ରତା ପତି, ଅଭିରାମ ପ୍ରଧାନ, ଉମେଶ ଚନ୍ଦ୍ର ନାୟକ, ସବିତା ବସ୍ତିଆ, ଗୀତାରାଣୀ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, ସସ୍ମିତା ପ୍ରଧାନ, ପ୍ରତାପ ଚନ୍ଦ୍ର ପଣ୍ଡା, ନୃସିଂହ ଚରଣ ବିଶ୍ଵାଳ, ବିଜୟିନୀ ଜେନା, ଉପେନ୍ଦ୍ର ବସ୍ତିଆ, ପ୍ରକାଶ ଚନ୍ଦ୍ର ସେଠୀ, କାଶୀନାଥ ପାତ୍ର,ଗଙ୍ଗଧର ପୁହାଣ , ଅକ୍ଷୟ କୁମାର ସାମଲ, ପ୍ରଫୁଲ୍ଲ ସାମଲ, ଡ ଅନଙ୍ଗ କୁମାର ପ୍ରହରାଜ,ଡଲି ବ୍ରହ୍ମା ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ବର୍ଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀରେ ସାହିତ୍ୟ ଆଲୋଚନା ଚକ୍ର

masiha

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ଅଗଷ୍ଟ ୧୫ ସୁଦ୍ଧା ପିଏମ୍ଏୱାଇ-୨.୦ ଘର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ନଗର ଉନ୍ନୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Sunil Chandra Nayak

ଶେଷଖାଲ ଠାରେ ସମ୍ଭାବ୍ଯ ବିପତ୍ତିର ମୁକାବିଲା ପା ଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!