ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଡ଼ା ଖୁଣ୍ଟା ବ୍ରହ୍ମ ଧ୍ୱନି ମନ୍ଦିରରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ 

ଘୋଡ଼ା ଖୁଣ୍ଟା ବ୍ରହ୍ମ ଧ୍ୱନି ମନ୍ଦିରରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ 

ଡାବୁଗାଁ, ୨୦/୮ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଘୋଡ଼ାଖୁଣ୍ଟା ଗ୍ରାମ ପଞ୍ଚାୟତ ସଦରମହକୁମା ରେ ଥିବା ବ୍ରହ୍ମ୍ ଧ୍ୱନି ମନ୍ଦିରରେ ଅଲେଖ ଧର୍ମାବଲମ୍ବୀ ଭକ୍ତବୃନ୍ଦ ବୁଧବାର ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଭ୍ଯ ଧନ ସିଂ ଭତ୍ରl ଙ୍କୁ ମନ୍ଦିର ଛକ ଠାରୁ ବ୍ରହ୍ମ ଧନୀ ମନ୍ଦିର ପର୍ଯ୍ୟନ୍ତ ଅଲେଖ ଭଜନ ର ତାଳେ ତାଳେ ଶୋଭାଯାତ୍ରା ରେ ମନ୍ଦିର ପରିସର କୁ ଅଣାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଲୀଳା ଦେଇ ଭତ୍ରl, ପର୍ଶୁରାମ ଶବର, ସୁକୁ ଭତ୍ରl, ଲଲିତ ଭତ୍ରl, ଅର୍ଜୁନ ଭତ୍ରl, ଦଶମନ୍ତ ନାୟକ, ଦୀନବନ୍ଧୁ ଭତ୍ରl, ସିନ୍ଧୁ ଭତ୍ରl, ନୀଳାମ୍ବର ଭତ୍ରl, ସଦନ ମାଝୀ ପ୍ରମୂଖ ଯୋଗ ଦେଇଥିଲେ l ବାବା ଶ୍ରୀମଥ୍ ଦାସ ଓ ବାବା ଗୋବର୍ଦ୍ଧନ ଦାସ ଙ୍କ ସମେତ ଅନ୍ୟ ବାବା ମାନଙ୍କ ମଧ୍ୟରେ ଯଦୁମଣି ଦାସ, ଟଙ୍କଧର ଦାସ, ନୀଳମଣି ଦାସ ପ୍ରମୂଖ ଙ୍କ ସହଯୋଗରେ ବ୍ରହ୍ମ ଧନୀ ମନ୍ଦିରରେ ନବାନ୍ନ ଭୋଗ ଲାଗିବା ପରେ ସମସ୍ତ ଅତିଥି ମାନଙ୍କ ସହ ବାବା ମାନେ ନବାନ୍ନ ଭକ୍ଷଣ କରିଥିଲେ l ସେଠାରେ ସମସ୍ତ ଭକ୍ତବୃନ୍ଦ ମଧ୍ୟ ମହାଆନନ୍ଦରେ ନବାନ୍ନ ଭକ୍ଷଣ କରି ଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଭର୍ଚୁଆଲ ମୋଡ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ 

masiha

ଵଲାଙ୍ଗିର ଜିଲ୍ଲା ର ସଦର ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ  

Sunil Chandra Nayak

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!