ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଓ ନୂଆପଡା କୋଳାଧକ୍ଷଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତିଙ୍କ ବୈଠକ

କଳାହାଣ୍ଡି ଓ ନୂଆପଡା କୋଳାଧକ୍ଷଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତିଙ୍କ ବୈଠକ

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରାମର୍ଶ ଦାତା ପ୍ରମୋଦ କୁମାର ଦଣ୍ଡସେନାଙ୍କ ବାସଭବନରେ ଅଭିଭକ୍ତ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୋଲାଧକ୍ଷ ଚନ୍ଦ୍ରଧ୍ଵଜ ପେସିନିଆଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା, ବରିଷ୍ଠ ପରାମର୍ଶ ଦାତା ଜ୍ଞାନ ପ୍ରକାଶ ସିଂ ,ସଙ୍ଗଠକ ପରମେଶ୍ୱର ବାରିକ, ଅନୁଧ୍ୟାନ କମିଟିର ସଦସ୍ୟ ଉମାକାନ୍ତ ରାଉତରାୟ ସାମିଲ ହୋଇ ସମାଜରେ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । କଳାହାଣ୍ଡି କ୍ଷତ୍ରିୟ ସମାଜ ଓ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜରେ ସାମାଜିକ କ୍ଷେତ୍ରରେ ରହିଥିବା ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବୈଠକରେ ଶ୍ରୀ ହରିହର ସଂସ୍କୃତି ସେବା ସମିତି ଲାଞ୍ଜିଗଡ଼ର ସଭାପତି ତଥା ଲାଞ୍ଜିଗଡ଼ ରାଜପରିବାରର ରାଜେନ୍ଦ୍ର ପ୍ରତାପ ସିଂ ଦେଓ , କମିଟି ସଦସ୍ୟ ରାମବାଥ ପାତ୍ର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

 ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଘନ କୁହୁଡି ବର୍ଷା ଯୋଗୁଁ ଧାନ କାଟିବା ପାଇଁ ଚାଷୀମାନେ ହନ୍ତ ସନ୍ତ 

masiha

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ରାଜସ୍ବ ନିରୀକ୍ଷକ ମରୁଡି ; ୭ ଜଣରୁ ୩ ଜଣ ଡେପୁଟେସନ;ଉନ୍ନୟନ କାମ ଆଗେଇବ କେମିତି ? ଜନସାଧାରଣ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!