ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟଳୟ ସମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀ ଧାରଣା

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟଳୟ ସମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀ ଧାରଣା

ନୂଆପଡା ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ କ୍ୟାଡର ପୁନଗଠନ ଦାବି ଲାଗି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ବସିଛନ୍ତି lଦୀର୍ଘ ବର୍ଷ ହେବ ସମସ୍ତ ଜିଲ୍ଲା ର ଗ୍ରାମ୍ୟ କୃଷି କର୍ମଚାରୀ କ୍ୟାଡର ପୁନଗଠନ ଦାବି କରିଆସୁଛନ୍ତି l ଏବେ କୃଷି କର୍ମଚାରୀ ମାନସିକ ଯତ୍ନଣା ଓ ନ୍ୟେରାଶ୍ୟ ମଧ୍ୟରେ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ଅଭିଯୋଗ କରିଛନ୍ତି l ଆଜି ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଙ୍ଘ ର ନିର୍ଦେଶ କ୍ରମେ ନୂଆପଡା ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଙ୍ଘ ଆନ୍ଦୋଳନ କୁ ଉଲ୍ଲାଇଛନ୍ତି l ଚୁକ୍ତିଭିତ୍ତିକ ୬ ବର୍ଷକୁ ମୂଳ ଚାକିରୀ ରେ ଗଣନା କରିବା ସହ ପଦବୀର ନାମ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି l ସଙ୍ଘ ର ସଭାପତି ବୀର ସିଂ ଚିନ୍ଦା କହିଛନ୍ତି ଅନିର୍ଦିଷ୍ଟ କାଳ ପାଇଁ ଶାନ୍ତି ପୁର୍ଣ ସହିତ କରିବୁ ବୋଲି କହିଛନ୍ତି l ଜଗନ୍ନାଥ ସୁନା, ସୁଶାନ୍ତ ଭୋଇ, ଦୀପକ ପାଣ୍ଡେ, କୁଲଦୀପ ମାଝୀ, ସୁଲୋଚନା ପଟ୍ଟନାୟକ,ତାପସ୍ୱନୀ ବେହେରା, ଆଶାରାଣୀ ପାତ୍ର, ସୁପ୍ରଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

masiha

ଜୟପାଟଣାରେ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!