ସିଭିଲ ଟାଉନସିପ୍ ର ୫ ମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୩ ରେ……
ରାଉରକେଲା: ସିଭିଲ ଟାଉନସିପ୍ ସାଂସ୍କୃତିକ ପରିଷଦର ୫ମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୩ ତାରିଖ ଦିନ ସନ୍ଧ୍ୟାରେ ମଡର୍ଣ୍ଣ ପଡ଼ିଆ ଠାରେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆଜି ହୋଟେଲ ତ୍ରିଦେବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ ନାୟକ, ସଭାପତି ସୁଜିତ କୁମାର ମହାନ୍ତି, ସମ୍ପାଦକ ପ୍ରତୀକ ଭୁୟାଁ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ସାମଲ, କୋଷାଧ୍ୟକ୍ଷ ପ୍ରକାଶ ଧଳ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୨୩ ତାରିଖ ଦିନ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ଗାୟକ ମଣ୍ଟୁ ଛୁରିଆ ଓ ତାଙ୍କ ବ୍ୟାଣ୍ଡ, ଗାୟିକା ଶୀତଳ କବି ପ୍ରମୁଖ ସଂଗୀତ ପରିବେଷଣ କରିବେ। ସେହିପରି ହାସ୍ୟ ଅଭିନେତା ପପୁ ପମ ପମ ଅନ୍ୟତମ ଆକର୍ଷଣ ରହିବେ। ଅନ୍ୟ ପକ୍ଷେ ସ୍ଥାନୀୟ କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ୨୪ ତାରିଖ ଭୋର୍ ସମୟରେ ୧୫୧ ଜଣ ମହିଳା ଏକ ଡିଜାଇନ୍ ର ଶାଢ଼ୀ ପିନ୍ଧି ଶଙ୍ଖ ହୁଳହୁଳି ସହ ପାନପୋଷ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ବୋଇତ ବନ୍ଦାଣ ସହ ଭସାଇବେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେବେ। ଓଡ଼ିଶାର ପରମ୍ପରା ଓ ସଂସ୍କୃତି କୁ ବଜାୟ ରଖିବା ତଥା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିରେନ୍ ସେନାପତି, ସୁଦାମ ଦାଶ, ଜ୍ୟୋସ୍ନା ନାୟକ, ଛବିରାଣି ମହାନ୍ତି,ପୁଷ୍ପା ଲେଙ୍କା, ଭଗବାନ ପତି, କ୍ରିଷ୍ଣା ସାହୁ,ଦୁର୍ଯୟ ସାହୁ, କୁଞ୍ଜ ଲୋହାର, ବିଭୁତି ପୁହାଣ, ସନ୍ତୋଷ ନାୟକ, ବଳରାମ ନାୟକ ପ୍ରମୁଖ ମଞ୍ଚାସୀନ ଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ଶିବୁଲାଲ ସାହୁ,ବିରଞ୍ଚି ସାମଲ, ବୈଦ୍ୟନାଥ ସାହୁ, ହେମନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଉପସଭାପତି ଶଶାଙ୍କ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

