ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଜପଥର ସୁଯୋଗ ନେଇ,ଲୁଟ’ପାଟରେ ଆତଙ୍କ

ରାଜପଥର ସୁଯୋଗ ନେଇ,ଲୁଟ’ପାଟରେ ଆତଙ୍କ

ବଡ଼ବିଲ:-ଦିନକୁ ଦିନ ଜାତୀୟ ରାଜପଥର ସୁଯଗ ନେଇ,ଲୁଟପାଟର ଆତଙ୍କ ରଚୁଛନ୍ତି କେଇ ଅସାମାଜିକ ତତ୍ୱ ବୋଲି ଏନଏଚ କଡ଼ର ବ୍ୟବସାୟୀ ଆତଙ୍କିତ ଅବସ୍ଥାରେ ଜାଣିବାକୁ ମିଳେ। ତେବେ ଖବର ଅନୁଯାୟୀ ଜାତୀୟ ରାଜପଥ ନଂ-520 ରଣାଶାଳି ଘାଟି ନିକଟ ପେଟ୍ରୋଲ’ପମ୍ପ ନିକଟ ରାସ୍ତାକଡ଼ ମାନଙ୍କରେ ବ୍ୟବସାୟ କରୁଥିବା ସାଧାରଣ ହୋଟେଲ,ଗ୍ୟାରେଜ, ଦୋକାନ, ଚା ଦୋକାନୀ ମାନଙ୍କରେ କେହି ସବୁ ଅସାମାଜିକ ଯୁବକ ଜାତୀୟ ରାଜପଥର ସୁଯୋଗର ଲାଭ ନେଇ,ଧମକ’ଚମକ ଦେଇ ଲୁଟପାଟ କରୁଥିବାରୁ, ସେମାଙ୍କ ଠାରେ ଆତଙ୍କର ଭୟ ଖେଳୁଥିବା ବେଳେ ଅନେକ ସମୟରେ ରାତ୍ରିଯାପନ କରୁଥିବା ଟ୍ରକ ଚାଲାକଙ୍କୁ ମଧ୍ୟ ଉକ୍ତ ଆତଙ୍କକାରୀ କବଳରୁ ଲୁଟପାଟର ଶୀକାର ହେଉଥିବାର ଖବର ହସ୍ତଗତ ହୁଏ।ତେବେ ଦେଖିବାକୁ ଗଲେ ବିଗତ କିଛିଦିନ ତଳେ ସହରରେ ମୋଟର ସାଇକେଲ ଚୋରୀ ସାଧାରଣ ସହରର ବାସୀଙ୍କ ମଧ୍ୟରେ ଏକପ୍ରକାରର କୋକୁଆ ଭୟ ଖେଳିଥିବା ବେଳେ ସହରରେ ପୁଲିସ ପ୍ରଶାସନର ସାହାଯ୍ୟ ବଳରେ ସହରରେ ପେଟ୍ରୋଲିଙ୍ଗ କଡାକଡ଼ି କରିବା ସହ ଜାତୀୟରାଜପଥ କଡ଼ ବ୍ୟବସାୟୀଙ୍କ ସୁରକ୍ଷା ଦୃଷ୍ଟିକୁ ରଖି ସଜାଗ ହୋଇ ପାରିଲେ ସମଗ୍ର ଖଣିସହରରେ ଶାନ୍ତି’ସୁରକ୍ଷା ବଜାୟ ରହିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଥିବାର ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

ଲୁଟ ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ପଡ଼ା ବାସୀ

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

Sunil Chandra Nayak

Leave a Comment

error: Content is protected !!