ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମଗୁଡା ବଜାର ନିକଟରେ ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ 

ଆମଗୁଡା ବଜାର ନିକଟରେ ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖମାରହଳଦୀ ଗ୍ରାମପଞ୍ଚାୟତ ଆମଗୁଡା ବଜାର ନିକଟରେ ସାଗରପଡା ଯିବା ରାସ୍ତାରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ କାରବାର ଚଳୁଥିବା ବେଳେ ଏ ବେଆଇନ ଚୋରା ମଦ କାରବାର ଉପରେ ଅବକାରୀ ବିଭାଗ ର ଦୃଷ୍ଟି ପଡୁଛି ନା ନାହିଁ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। କୋଠି ଯୋଗୁଁ ପ୍ରତିଦିନ ମଦ ପିଇ ଅସାଧୁ ବ୍ୟକ୍ତି ମାନଙ୍କର ଅଡ୍ଡା ଜମୁଛି। ଏହି ରାସ୍ତା ରେ ସେହି ଅଞ୍ଚଳର ଅନେକ ଛାତ୍ର ଛାତ୍ରୀ ଚିଚିଆ କଲେଜ, ଧର୍ମଗଡ କଲେଜ, ଗୋଲାମୁଣ୍ଡା କଲେଜ କୁ ପାଠ ପଢିବାକୁ ଯାଉଥିବା ବେଳେ ମଦୁଆ ଅସାଧୁ ବ୍ୟକ୍ତି ଙ୍କ ଆକ୍ରୋଶ ର ଶିକାର ହେବା ଅଞ୍ଚଳବାସୀ ଲୋକେ ପ୍ରକାଶ କରିଛନ୍ତି। ସାଗରପଡା, ଡୁମେରଗୁଡା, କିର୍କାକାନି, କେରମୁଣ୍ଡା, ମୂଖିଗୁଡା, ବାଞ୍ଜିପଦର ଗାଁ ର ଅନେକ ମହିଳା ଓ ଭଦ୍ର ବ୍ୟକ୍ତି ସେହି ରାସ୍ତା ରେ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ବେଳେ ଅସାଧୁ ବ୍ୟକ୍ତି ମାନଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ନେଇ ଅବକାରୀ ବିଭାଗ ତୁରନ୍ତ ପଦକ୍ଷେପ ନେଇ ସାଗରପଡା ସ୍ଥିତ ବେଆଇନ ମଦ କୋଠି କୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

Sunil Chandra Nayak

ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ମୈଇଦଲପୁର ପୋଲିସ ର ସଫଳତା

Sunil Chandra Nayak

ଚିଳିଗୁଡା ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ

masiha

Leave a Comment

error: Content is protected !!