ବାରବାଟୀରେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ ଅଧାରୁ ବନ୍ଦ ହେଲା ମ୍ୟାଚ
କଟକ:ବାରବାଟୀ ଷ୍ଟାଡିଅମରେ ଚାଲିଥିବା ଭାରତ- ଇଂଲଣ୍ଡ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟରେ ଗୁରୁତର ସମସ୍ୟା ଦେଖାଦେଇଛି। ଫଳରେ ଖେଳ ସ୍ଥଗିତ ରହିଥିଲା ଓ ଖେଳାଳିମାନେ ପାଭିଲିଅନକୁ ଫେରିଯାଇଛନ୍ତି। ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ ହେବାର ମାତ୍ର ୬ ଓଭର ଗୋଟିଏ ବଲ ପଡିଥିବା ବେଳେ ଏଭଳି ଘଟିଛି। ହଠାତ ଦିନ ଭଳି ଝଲସୁ ଥିବା ପଡିଆ ଭିତରେ କେହି କିଛି ବୁଝିବା ଆଗରୁ ଲାଇଟ ଧପ ଧପ ହୋଇଥିଲା ଓ ସମସ୍ତେ ଭାବିଥିଲେ ଯେ ହୁଏତ ବିଦ୍ୟୁତ ସରବରାହରେ କୌଣସି ସାମାନ୍ୟ ତ୍ରୁଟି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଲାଇଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବ୍ୟାଟ୍ସମ୍ୟାନ ମଧ୍ୟ ବଲ ଦିଶୁ ନ ଥିବା ଅଭିଯୋଗ କରିଥିଲେ।ରୋହିତ ଶର୍ମା ୨୯ ଓ ଶୁଭମନ ଗିଲ ୧୭ ରନ କରି ଖେଳୁଥିବା ବେଳେ ଫ୍ଲଡ ଲାଇଟ୍ରେ ସମସ୍ୟା ଦେଖା ଦେଇଥିଲା ଓ ପରେ ଜଣାପଡିଲା ଯେ କ୍ଲବ ଟାଓ୍ୱାର ଲାଇଟ୍ କାମ କରୁନାହିଁ। ଏଭଳି ଅଭାବନୀୟ ସ୍ଥିତି ବାରବାଟୀ ଓ ବିଶେଷ ଭାବେ ଓଡିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ବହୁ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ ଏକଦିବସୀୟ ଖେଳା ଯାଉଥିବା ବେଳେ ଏ ପ୍ରକାର ତ୍ରୁଟି ଯୋଗୁ ଆଗାମୀ ଦିନରେ ବାରବାଟୀରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି।
( ମ ନି ସ )

