ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ 

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ 

ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମୁରା -୨୫ ପାଇଁ ଆଜି ଠାରୁ ବିଧି ବଦ୍ଧ ଭାବରେ ପ୍ରଚାର ପ୍ରସାର କାର୍ଯ୍ୟ ର ଶୁଭାରମ୍ଭ ହୋଇଛି । ମା ଭଣ୍ଡାର ଘରଣୀ ଙ୍କ ପୂଜାର୍ଚ୍ଚନା ପରେ ଉତ୍ସବ କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ପତାକା ହଲାଇ ଏହାର ଶୁଭାରମ୍ଭ କରି ଥିଲେ । କାର୍ଯ୍ୟକ୍ରମ ରେ ପ୍ରଚାର ପ୍ରସାର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ,ଉପସଭାପତି ବୈଦ୍ୟନାଥ ବେହେରା, କ୍ରିଡ଼ା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଫାଇନାନ୍ସ କମିଟି ଉପାଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଇଙ୍ଗିତ କୁମାର ପଣ୍ଡା, ଗ୍ରୀନ ରୁମ କମିଟି ଉପସଭାପତି ବିଦ୍ୟାଧର ସାହୁ ଙ୍କ ସମେତ ସମସ୍ତ ସାମ୍ୱାଦିକ ଓ ପ୍ରଚାର ପ୍ରସାର କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆସନ୍ତା ୧୫,୧୬ ଓ ୧୭ ତାରିଖ ତିନିଦିନ ଧରି ସ୍ଥାନୀୟ ଖେଳ ପଡିଆ ଠାରେ ଉତ୍ସବ ଆୟୋଜିତ ହେବ । ବିଭିନ୍ନ ଦିବସ ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଷ୍ଟାର ନାଇଟ ପ୍ରୋଗ୍ରାମ ରେ ପ୍ରଥମ ରଜନୀ ରେ ସର୍ବେଶ୍ଵର ଭୋଇ ଓ ସାଥୀ, ଦ୍ୱିତୀୟ ରଜନୀ ରେ ଭୁବନେଶ୍ୱର ର ବିଷ୍ଣୁ ମୋହନ କବି ଓ ସୌରଭ ନାୟକ ଏଵଂ ଶେଷ ରଜନୀ ରେ ଅସୀମା ପଣ୍ଡା ଓ ସାଥୀ କଳାକାର ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହି ପରି ବ୍ୟାଡମିଣ୍ଟନ, ଭଲିବଲ୍, ପ୍ରଦର୍ଶନୀ କ୍ରିକେଟ ମ୍ୟାଚ (ପୁରୁଷ ଓ ମହିଳା), ଭାର ଉତ୍ତୋଳନ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, କବାଡି, ଯୋଗ, ହାଣ୍ଡି ଫଟା, ସମେତ ମହିଳା ମାନଙ୍କ ଶଙ୍ଖ ଫୁଙ୍କା, ହୁଳହୁଳି, ଝୋଟି, ରଙ୍ଗୋଲି, ମେହେନ୍ଦି, ସିଲେଇ, ରୋଷେଇ ଆଦି ପ୍ରତିଯୋଗିତା ମାନ ଆୟୋଜିତ ହେବ ବୋଲି ଅଧକ୍ଷ ଶ୍ରୀ ଜାଲ ସୂଚନା ଦେଇଛନ୍ତି ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

 

Related posts

ନୂଆପଡ଼ାରେ ICDSର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

Sunil Chandra Nayak

ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପଞ୍ଚମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ହେଉଛି ବରିଷ୍ଠ ନାଗରିକ 

masiha

Leave a Comment

error: Content is protected !!