ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି,15/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ ବୁଧବାର ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ଉଭୟ ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଅଛନ୍ତି | ଖବର ଲେଖା ଶେଷ ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଁଚି ନ ଥିବା ବେଳେ ମୃତ ଦେହ ନିକଟରେ ପ୍ରବଳ ଭିଡ଼ ଜମିଚି | ପ୍ରେମିକା ମାଝୀଗୁଡା ପଂଚାୟତ ଭାଲୁ ଝର ଗ୍ରାମର ବେଲ ମୁଦୁଲି ଓ ପ୍ରେମିକ ମଇଦଲପୁର ପଂଚାୟତ ନୀଳାଦ୍ରୀଗୁଡା ଗ୍ରାମର ତ୍ରିପତି ମାଝୀ ବୋଲି ଜଣାପଡିଛି | ଉଭୟ ଗତ କାଲି ସନ୍ଧ୍ୟାରୁ ଘରୁ ବାହାରିଥିବା ସୂଚନା ମିଳିଛି | ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ | ତେବେ ଉଭୟ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି | କେଉଁ ପରିସ୍ଥିତିରେ ଏପରି ଘଟଣା ହେଲା ପୋଲିସ ତଦନ୍ତ ପରେ ଜଣାପଡିବ | ମୂଖ୍ୟ ରାସ୍ତାର 100 ମିଟର ରାସ୍ତା ଦୁରରେ ଏହି ଦୁଇ ଜଣକ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଏସଆଇ ସମୀର କୁମାର ସେଠୀଙ୍କୁ ଡିଜିପି ଡିସ୍କ ଆୱାର୍ଡ଼

Sunil Chandra Nayak

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

masiha

୧- ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା , ୨- ବନ୍ଧୁଗାଁ ବ୍ଲକରେ ସହିଦ ଲକ୍ଷ୍ମଣ ନାୟକ ଫାଶୀ ଦିବସ ପାଳିତ  , ୩- ଗନ୍ଧିଆ ମଇଳା ଆବର୍ଜନା କୁଡା କୁଡା ହୋଇ ଜମି ରହିଛି ଥାନା ସାମନ୍ନାରେ 

masiha

Leave a Comment

error: Content is protected !!