ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ତାରକେଶ୍ଵର ଯଜ୍ଞ ମହୋତ୍ସବ ଅନୁଷ୍ଠିତ 

ବାଲେଶ୍ବର,୧୫/୦୨/୨୩-ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଚ୍ଯୁତିପୁର ପଞ୍ଚାୟତ ଶିରିପୁର ବାସିନ୍ଦିପୁର ଠାରେ ଥିବା ବାବା ତାରକେଶ୍ବର ଯଜ୍ଞ କମିଟି ପକ୍ଷରୁ ଆୟୋଜିତ ୨୩ତମ ଦଶବତାର ମହାଯଜ୍ଞର ଦ୍ବିତୀୟ ଦିନ ୧୩ ତମ ପ୍ରତିଭା ସମ୍ମାନର ପ୍ରଥମ ଦିବସରେ ସିନ୍ଦୁରର ଅଧିକାର ଧାରାବାହିକର ଅଭିନେତ୍ରୀ ଅଭିନେତାଙ୍କୁ ସମ୍ମାନିତ କରାଯାଇଥିଲା । ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବଟି ସୁରେନ୍ଦ୍ର ପ୍ରସାଦ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲେଶ୍ବରର ବରିଷ୍ଠ ଆଇନଜୀବୀ ବେଣୁଧର ରାଉଳ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତ ଓ ନିହାର ରଞ୍ଜନ ପାଢ଼ୀ, ସମ୍ମାନିତ ଅତିଥି ଭାବେ ହେମନ୍ତ କୁମାର ଦାସ, ରଞ୍ଜନ କୁମାର ପାଢୀ ଯୋଗ ଦେଇଥିଲେ । ଏଥିରେ ଓଡ଼ିଆ ଧାରାବାହିକ ସିନ୍ଦୁରର ଅଧିକାରୀର ଅଭିନେତ୍ରୀ ମିଲିସ୍ବପ୍ନା ମହାପାତ୍ର, ଲକ୍ଷ୍ମୀ ପ୍ରିୟା ପରିଡା, ମାଧବ ସେନାପତି, ପ୍ରଦୋସ୍ କୁମାର ନାୟକ, ସରୋଜ କୁମାର ବେହେରା, ସୁଚରିତା ସ୍ବାଇଁ, ବାଲେଶ୍ବରର ସମାସେବୀ ମନୋଜ କୁମାର ପୋଦ୍ଦାରଙ୍କ ସମେତ ବହୁ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଫେବୃଆରୀ ୧୧/୦୨/୨୦୨୩ ତାରିଖ ଠାରୁ ଯଜ୍ଞ ଆରମ୍ଭ ହୋଇ ୧୬ତାରିଖରେ ପୂର୍ଣ୍ଣାହୁତି କରାଯିବ ହେବ । ପଣ୍ଡିତ ରଘୁନାଥ ପାଢୀଙ୍କ ପ୍ରତ୍ଯକ୍ଷ ତତ୍ବାବଧନାରେ ଆୟୋଜିତ ଯଜ୍ଞରେ ପଣ୍ଡିତ ବ୍ରଜକିଶୋର ଶତପଥୀ, ପଣ୍ଡିତ ମଦନମୋହନ ପଣ୍ଡା, ପଣ୍ଡିତ ତୋଷି କାନ୍ତ ପାଢ଼ୀ, ପଣ୍ଡିତ ରବିନାରାୟଣ ଶତପଥୀ ଓ ପଣ୍ଡିତ ମନୋରଞ୍ଜନ ପାଢ଼ୀ ପ୍ରମୁଖ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପଣ୍ଡିତ ମୁକ୍ତି କାନ୍ତ ପାଢୀଙ୍କ ନେତୃତ୍ୱରେ ଯଜ୍ଞର ସମସ୍ତ କାର୍ଯ୍ୟ ତଦାରଖ କରୁଥିବା ବେଳେ କମିଟିର ସମସ୍ତ ସଦସ୍ୟ ବୌଦନାଥ ସାମଲ, ଦାମୋଦର ସାହୁ, ରତିକାନ୍ତ ବେହେରା, ହରିଶ କୁମାର ବେହେରା, ଭଗବାନ ସାହୁ, ମହେନ୍ଦ୍ର ବେହେରା, ଶଶୀକାନ୍ତ ବେହେରା, ବିଶ୍ବନାଥ ବେହେରା, କଟିଆ ବେହେରା, ବାଘା ବଳ, ଶଙ୍କର୍ଷଣ ବେହେରା, ଦିପ୍ତିକାନ୍ତ ପାଢୀ, ତୃପ୍ତି କାନ୍ତ ପାଢୀ, ଇଶ୍ବର ରାଉତ, ପାଜି ରାଉତ ପ୍ରମୁଖ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଡା.ବି.ଆର. ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ

Sunil Chandra Nayak

ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟିଲା ପାଉଁଶ ବୋଝେଇ ଟ୍ରକ, ଚାଳକ ଗୁରୁତର

masiha

Leave a Comment

error: Content is protected !!