ନୂଆଗାଁର ହୁଟୁବ ସାହିରେ ମା’ ଲକ୍ଷ୍ମୀଙ୍କ ପୂଜା ପାଳିତ
ରାଇରଙ୍ଗପୁର – ୨୫/୧୦। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ହୁଟୁବ ସାହିରେ ଆଜି ମା’ ଲକ୍ଷ୍ମୀଙ୍କ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି।
ଏହି ଅବସରରେ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଇ ଗ୍ରାମର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା। ପୂଜାକୁ ନେଇ ଅଞ୍ଚଳରେ ଧାର୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ବୋଲି ଭକ୍ତମାନେ ପ୍ରାର୍ଥନା କରିଥିଲେ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

