ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

  ଡାବୁଗାଁ, ୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ଏକ ତାଲିମ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପଞ୍ଚାୟତ କୁ କିପରି ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ କରାଯିବ, ପରିବେଷକୁ ସଫା ସୁତୁରା ରଖିବା, ଶୌଚାଳୟ ବ୍ୟବହାର କରିବା, ଗଛ ଲଗାଇବା ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ବିଡିଓ ଶରତ ମାଝି, ସିପି ପ୍ରବୀଣ କୁମାର ପଟ୍ଟନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ସମସ୍ତ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଏମବିକେ, ଏସିଡିଓ ଓ ଗ୍ରାମ ରୋଜଗାର ସେବିକା ସେବକ ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବହୁଦିନର ସ୍ୱପ୍ନ ସାର୍ଥକ ହେଲା, ଜୁନାଗଡ ଠାରେ ଆମ୍ବେଦକର ଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ଅମର୍ଦ୍ଦାରୋଡ଼ରେ ମା’ ବାସନ୍ତୀଙ୍କ ମହାଷ୍ଟମୀ ଓ ନବମୀ ପୂଜା ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

masiha

ଧର୍ମଗଡ ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

Leave a Comment

error: Content is protected !!