ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ସମାରୋହ

ରାଉରକେଲା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ସମାରୋହ

ରାଉରକେଲା: ରାଉରକେଲା ମହାବିଦ୍ୟାଳୟ, ସେକ୍ଟର-୪,ରେ ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ସମାରୋହ ମହାବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମଞ୍ଚ ସଂଯୋଜନା କରିଥିଲେ ପ୍ରଫେସର ରଶ୍ମିପ୍ରଭା ମଥାନ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ମଞ୍ଚାସୀନ ହୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଓ ମହିଳା ସଶକ୍ତିକରଣରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ପ୍ରଫେସର ଦୀପାଲି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମାରୋହର ମୁଖ୍ୟ ଅତିଥି ଭାବେ ରାଉରକେଲାର ଡିଏସ୍‌ପି ଗୁରୁବାରି ହେମ୍ବ୍ରମ ଯୋଗଦେଇ ମହିଳା ଓ ଛାତ୍ରୀମାନଙ୍କ ଜୀବନରେ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆତ୍ମବିଶ୍ୱାସ, ସାହସ ଓ ସଚେତନତା ହିଁ ନାରୀ ସଶକ୍ତୀକରଣର ମୁଖ୍ୟ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ। ଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ସହିତ ପ୍ରତ୍ୟେକ ପରିସ୍ଥିତିର ସାହସର ସହ ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିରେ ଆତ୍ମରକ୍ଷା ପ୍ରଶିକ୍ଷଣର ଇନଚାର୍ଜ ପ୍ର ବୈଜୟନ୍ତୀ ବାରିକ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଟ୍ରେନର ଜୟା କୁମାରୀ ସିଂ, ନିକି କୁମାରୀ କୁସୁୱା ଓ ରିତିକା ମାହାତୋ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଭାରତୀ ବରୱା, ଶ୍ରୀରାମ ମାହାର, କ୍ଷୀରୋଦ୍ରି ମହାକୁଡ଼, ରଚନା ମିଶ୍ର, ବେବି ସାହୁ, ଅମିଷା ଓରାମ, ନମିତା ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ। ଏଥିସହ ଅଜୟ ଯାଦବ, ବିନିତା, ଗାୟତ୍ରୀ, ସୁନତି ଓ ମିନୁ ତଥା ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା। ଶେଷରେ ଆତ୍ମରକ୍ଷା ପ୍ରଶିକ୍ଷଣର ସଂଯୋଜିକା ପ୍ରଫେସର ବନ୍ଦନା ସୋରେଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍‌ଯାପନୀ ସମାରୋହ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସାହସ ଓ ଆତ୍ମନିର୍ଭରଶୀଳତାର ଭାବନାକୁ ଅଧିକ ସୁଦୃଢ଼ କରିବା ସହ ନାରୀ ସଶକ୍ତୀକରଣ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Senior Journalist Bulei Behera awarded

masiha

ଇନ୍ଦିପୁର ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ 

masiha

୧- ବାହାରପୁର ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ  , ୨- କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Sunil Chandra Nayak

Leave a Comment

error: Content is protected !!