ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

 ମ,ରାମପୁର,୦୪/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ମଙ୍ଗଳବାର ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତି କାରୀ ଚେତନା ଜାଗ୍ରତ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖ ରୁ ଅନୁଷ୍ଠିତ ଏହି ଯାତ୍ରା ରେ କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ଙ୍କ ନେତୃତ୍ୱରେ ପଦ୍ମ ଲୋଚନ ମିଶ୍ର, ପ୍ରତାପ ରଣା, ସଂକୀର୍ତ୍ତନ ପାଲ୍, ଲଳିତ କୁମାର ମହାଳିକ, କୁବେର ବୁଡେକ, ରାଜୁ ମାଝୀ, କିଶୋର ତ୍ରିପାଠୀ ପ୍ରମୁଖ ଙ୍କ ସମେତ ବହୁ ଜନ ପ୍ରତିନିଧି, ସମାଜସେବୀ, ବରିଷ୍ଠ ନାଗରିକ, ଏସ ଏଚ ଜି ସଦସ୍ୟା , ଅଙ୍ଗନୱାଡ଼ି କର୍ମୀ ମାନେ ସାମିଲ ହୋଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ ଏବଂ ବିକଶିତ କଳାହାଣ୍ଡି ଗଠନ ପାଇଁ ଆହ୍ୱାନ ଦେବାସହ ତତ ସମ୍ପର୍କିତ ପ୍ଲାକାଡ଼ ଧରିଥିବା ଦେଖିବାକୁ ମିଳିଥିଲା l ଏହି କ୍ରାନ୍ତି ଯାତ୍ରା ଜରିଆରେ ଜିଲ୍ଲା ର ସମସ୍ତ ବ୍ଲକ ରେ ଜନ ସାଧାରଣ ଙ୍କୁ ସେମାନଙ୍କ ସାମ୍ବଧନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଯିବ ବୋଲି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼.ସୁନୀତି ମୁଣ୍ଡ ସୂଚନା ଦେଇଛନ୍ତି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

masiha

41st ‘Surtarang’ Audition Concludes Successfully in Rourkela

Sunil Chandra Nayak

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

Leave a Comment

error: Content is protected !!