ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା ପାଇଁ ଅପେକ୍ଷା ର ଯୁଗ ସରିଲା ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲାରେ ଏକିକୃତ ପେନସନ ପରିଚାଳନା ପୋର୍ଟାଲ (UPMP) ର ଶୁଭ ଉଦଘାଟନ

ଭତ୍ତା ପାଇଁ ଅପେକ୍ଷା ର ଯୁଗ ସରିଲା

ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲାରେ ଏକିକୃତ ପେନସନ ପରିଚାଳନା ପୋର୍ଟାଲ (UPMP) ର ଶୁଭ ଉଦଘାଟନ
ମଧୁବାବୁ ପେନସନ ଯୋଜନା ର ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଭବାନୀପାଟଣା ତା ୧୧.୧୧.୨୦୨୬: ଆଜି ସ୍ଥାନୀୟ ଟାଉନ ହଲ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟ ବ୍ୟାପାର,ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP)ର ଶୁଭ ଉଦଘାଟନ ସହ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଗତ କାଲି ୧୦.୧.୨୦୨୬ ରିଖ ବାଲେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏକିକୃତ ପେନସନ ପରିଚାଳନା ପୋର୍ଟାଲ ର ଶୁଭ ଉଦଘାଟନ କରିଥିଲେ ।ବର୍ତ୍ତମାନ ମଧୁବାବୁ ପେନସନ ଯୋଜନାରେ ରାଜ୍ୟରେ ୫,୦୫,୮୧୭ ଜଣ ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ,ଜିଲ୍ଲପାଳ ପାୱାର ସଚିନ ପ୍ରକାଶ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ଉପ ଜିଲ୍ଲାପାଳ ଭବାନୀପାଟଣା ଆଶିନୀ ଏ ଏଲ, ପୌରପାଳିକା ଭବାନୀପାଟଣା ଅଧକ୍ଷ ବିଷ୍ଣୁ ପ୍ରଧାନ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ପୂର୍ବକ ଜିଲ୍ଲାରେ( UPMP) ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ମାଧ୍ୟମରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ “ବନ୍ଦେ ମାତରଂ” ଓ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରାଯାଇଥିଲା।ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କ୍ୟାବିନେଟ ମନ୍ତ୍ରୀ ପ୍ରଥମେ କାର୍ଯ୍ଯକ୍ରମ ରେ ଉପସ୍ଥିତ ଜିଲ୍ଲାର ସାମାଜିକ ସୁରକ୍ଷା ବ୍ୟବସ୍ଥା ରେ ନୂଆ କରି ଯୋଡ଼ି ହୋଇଥିବା ହିତାଧିକାରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା ବାର୍ତ୍ତା କୁ ପାଠ କଲେ। ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ ନାହିଁ। ଏଣିକି ଭତ୍ତା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଆବେଦନ କରିବାର ପର ମାସ ଠାରୁ ଭତ୍ତା ପାଇବେ। ପୂର୍ବରୁ ଯୋଗ୍ୟ ହିତାଧିକାରୀ ତାଲିକା ରେ ଥିବା ହିତାଧିକାରୀ ଙ୍କ ମୃତ୍ୟୁ ପରେ ନାମ କାଟିଲେ ହିଁ ଏହି ସୁବିଧା ପାଉଥିଲେ ଯାହାକି ଗ୍ରହଣୀୟ ନ ଥିଲା।୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ପାଇଁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ ବୋଲି କହିଥିଲେ।ଏହି ଅବସରରେ ମଧୁବାବୁ ପେନସନ ଯୋଜନା ର ସଚେତନତା ରଥକୁ ଶୁଭାରମ୍ବ କରିଥିଲେ । ଏହି ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ମାନଙ୍କରେ ଏକିକୃତ ପେନସନ ପରିଚାଳନା ପୋର୍ଟାଲ,ଆବେଦନ ପ୍ରକ୍ରିୟା ଉପରେ ବିଶେଷ ଜନ ସଚେତନତା ସୃଷ୍ଟି କରିବ ।

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଶୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପକୁ ବହୁଳ ପ୍ରଶଂସା କରି ଏହି ପୋର୍ଟାଲ ମାଧ୍ୟମରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ଏବଂ ଜିଲ୍ଲାରେ ପ୍ରକୃତ ହିତାଧିକାରୀ ଆର୍ଥିକ ସହାୟତାରୁ କେବେ ବଞ୍ଚିତ ହେବେ ନାହିଁ ବୋଲି କହିଥିଲେ।

ଜିଲ୍ଲାରେ ଅକ୍ଟୋବର ମାସ ରେ ସମସ୍ତ ବ୍ଲକ ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲଟି ରେ ମୋଟ ୧୭୮୧୦ ଜଣ ନୂତନ ହିତାଧିକାରୀଙ୍କୁ ବ୍ଲକ୍ ସ୍ତରରେ ଆସନ୍ତା ୧୨ ଓ ୧୩.୧୧.୨୦୨୬ ରିଖ ରେ ଭତ୍ତା ପ୍ରଦାନ କରାଯିବ।ଏହାକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ୧୬୫୨୭୨ ଜଣ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ଭତ୍ତା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ବି ଡି ଓ ଙ୍କ କାର୍ଯ୍ୟାଳୟ ଯାଇ ଆବେଦନ କରିପାରିବେ କିମ୍ବା ଅନଲାଇନ ପୋର୍ଟାଲ (https://upmp.odisha.gov.in) ରେ ଆବେଦନ କରିପାରିବେ।ଟାଉନ ହଲ ପରିସରରେ ବିଭିନ୍ନ ବ୍ଲକ ଓ ପୌରପାଳିକା ଭବାନୀପାଟଣା ର ବିଭିନ୍ନ ୱାର୍ଡ ର ଭତ୍ତା ବଣ୍ଟନ କେନ୍ଦ୍ର ଖୋଲାଯାଇ ଏବଂ ମଞ୍ଚକୁ ମିଶାଇ ୭୨୩ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

୪ ଦଫା ଦାବି ନେଇ ଭଂଜସେନା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଧାରଣା ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର 

masiha

ରାଇରଙ୍ଗପୁର ପୁରୁଣାଘାଟୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ସହ କାର୍ ଓ ବୋଲେରୋ ଧକ୍କା; ବାଇକ ଦୁଇ ଆରୋହୀ ଗୁରୁତର

Sunil Chandra Nayak

ପରିବେଶ ସୁରକ୍ଷା ଆମ ଦାୟୀତ୍ବ: ଢେଙ୍କାନାଳରେ ୭୪ତମ ବନ ମହୋତ୍ସବରେ ବାର୍ତ୍ତା 

Leave a Comment

error: Content is protected !!