ଢେ଼ଙ୍କାନାଳ(ମ ସୀ ହା)୦୫/୦୭_ପୂର୍ବାହ୍ନରେ ସଦେଇବେରେଣି ସ୍ଥିତ କଳାକୃତି ଗ୍ରାମରେ ଜିଲ୍ଲାପାଳ ଶ୍ରୀଯୁ୍କ୍ତ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ୭୪ତମ ଜିଲ୍ଲା ବନ ମହୋତ୍ସବ ପାଳିତ ହୋଇଯାଇଛି l ବିଶ୍ୱତାପ ନିୟନ୍ତ୍ରଣ କରିବାରେ ଅରଣ୍ୟ ସମ୍ପଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଜିଲ୍ଲାପଳ ସ୍ଵୀୟ ମତ ପ୍ରକାଶ କରିଛନ୍ତି l ଚଳିତ ବର୍ଷ ଜିଲ୍ଲା ରେ ଖାଲି ପଡ଼ିଥିବା ୧୦୦୦ ଏକର ଜାଗାରେ ୫.୫ ଲକ୍ଷ୍ ଚାରା ରୋପଣ ପାଇଁ ନିଷ୍ପତ୍ତି ନିଆଯାଇଛି l
ଏହି କାର୍ଯ୍ୟକ୍ରମରେ ଅନଗୁଳ ଆର୍ ସି ସି ଏଫ୍ ତଥା ଫିଲ୍ଡ ଡାଇରେକ୍ଟର ସୁଧାଂଶୁ ଶେଖର ଖୋରା ପରିବେଶ ସନ୍ତୁଳନର ଗୁରୁତ୍ଵ ଉପରେ ସଚେତନ କରାଇଥିଲେ lଏହି ଅବସରରେ ପ୍ରକୃତିମିତ୍ର ପୁରସ୍କାର ଓ ଚାରାବଣ୍ଟନ ଗାଡ଼ି ର ଶୁଭାରମ୍ଭ କରାଯାଇଥିଲା lସଭାକାର୍ଯ୍ୟ ଶେଷ ପରେପରେ ସମସ୍ତ୍ ଅଧିକାରୀମାନେ ବୃକ୍ଷ ରୋପଣ କରିଥଲେ l
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଜ୍ଞାନ ରଂଜନ ମହାପାତ୍ର, ଡି ଏଫ୍ ଓ ଶ୍ରୀ ସୁମିତ କର, ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ବନବିଭାଗର ଅଧିକାରୀ, ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଏସ ଏଚ ଜି ମହିଳାମାନେ ଉପସ୍ଥିତ ଥିଲେ l