ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ଆମ ଦାୟୀତ୍ବ: ଢେଙ୍କାନାଳରେ ୭୪ତମ ବନ ମହୋତ୍ସବରେ ବାର୍ତ୍ତା 

 ଢେ଼ଙ୍କାନାଳ(ମ ସୀ ହା)୦୫/୦୭_ପୂର୍ବାହ୍ନରେ ସଦେଇବେରେଣି ସ୍ଥିତ କଳାକୃତି ଗ୍ରାମରେ ଜିଲ୍ଲାପାଳ ଶ୍ରୀଯୁ୍କ୍ତ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ୭୪ତମ ଜିଲ୍ଲା ବନ ମହୋତ୍ସବ ପାଳିତ ହୋଇଯାଇଛି l ବିଶ୍ୱତାପ ନିୟନ୍ତ୍ରଣ କରିବାରେ ଅରଣ୍ୟ ସମ୍ପଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଜିଲ୍ଲାପଳ ସ୍ଵୀୟ ମତ ପ୍ରକାଶ କରିଛନ୍ତି l ଚଳିତ ବର୍ଷ ଜିଲ୍ଲା ରେ ଖାଲି ପଡ଼ିଥିବା ୧୦୦୦ ଏକର ଜାଗାରେ ୫.୫ ଲକ୍ଷ୍ ଚାରା ରୋପଣ ପାଇଁ ନିଷ୍ପତ୍ତି ନିଆଯାଇଛି l

ଏହି କାର୍ଯ୍ୟକ୍ରମରେ ଅନଗୁଳ ଆର୍ ସି ସି ଏଫ୍ ତଥା ଫିଲ୍ଡ ଡାଇରେକ୍ଟର ସୁଧାଂଶୁ ଶେଖର ଖୋରା ପରିବେଶ ସନ୍ତୁଳନର ଗୁରୁତ୍ଵ ଉପରେ ସଚେତନ କରାଇଥିଲେ lଏହି ଅବସରରେ ପ୍ରକୃତିମିତ୍ର ପୁରସ୍କାର ଓ ଚାରାବଣ୍ଟନ ଗାଡ଼ି ର ଶୁଭାରମ୍ଭ କରାଯାଇଥିଲା lସଭାକାର୍ଯ୍ୟ ଶେଷ ପରେପରେ ସମସ୍ତ୍ ଅଧିକାରୀମାନେ ବୃକ୍ଷ ରୋପଣ କରିଥଲେ l

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଜ୍ଞାନ ରଂଜନ ମହାପାତ୍ର, ଡି ଏଫ୍ ଓ ଶ୍ରୀ ସୁମିତ କର, ଉପ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ବନବିଭାଗର ଅଧିକାରୀ, ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଏସ ଏଚ ଜି ମହିଳାମାନେ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

masiha

ଗାରୀଡି ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

masiha

Leave a Comment

error: Content is protected !!