ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

କନ୍ଧମାଳ:05/07/23(ମନିସ): ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥ‌ିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ,ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତି ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ସୂଚନା ପ୍ରକାରେ ବାଦଗଡ଼ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଗତ ତିନି ତାରିଖରେ ବନବିଭାଗ ଜାଣିବା ପରେ ସମ୍ପୃକୁ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ ବାଦଗଡ଼ ଗ୍ରାମର ୧୧ ଜଣ ବ୍ୟକ୍ତି ଜଙ୍ଗଲରେ ଏକ କଲରା ପତରିଆ ବାଘ ଶିକାର କରିବା ପରେ ବାଘର ଛାଲ ଏବଂ ନଖ ବାହାର କରି ମାଂସ ଭାଗ ବାଣ୍ଟିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବରପାଇ ବାରବା ଏବଂ ରାଇକିଆ ବନବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରିଥିବା ବେଳେ ଘଟଣାସ୍ଥଳରୁ ୧୧ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ରେ ସକ୍ଷମ ହୋଇଥିଲେ । ବୁଧବାର ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ୍ ଏବଂ ଏସଟିଏଫ୍ ଟିମ ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟ ରେ ପହଁଚି ଯାଞ୍ଚ୍ କରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଅବକାରୀ ବିଭାଗ ପକ୍ଷରୁ ଚଡାଉ ,ଜଣେ ଯୁବକ ଗିରଫ

Sunil Chandra Nayak

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

Sunil Chandra Nayak

Leave a Comment

error: Content is protected !!