ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

ନବରଙ୍ଗପୁର:( ୪|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ବିୟୋଗରେ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେଉଟ ସାହି ସ୍ଥିତ କୁଞ୍ଜ ବିହାରୀ ପାଠାଗାରର ବୈଠକ ଗୃହରେ ସଂଘର ଉପ ସଭାପତି କିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଦିବଙ୍ଗତ ପ୍ରମିଳା ପଟ୍ଟନାୟକଙ୍କ ସଙ୍ଘ ପ୍ରତି ଥିବା ଅବଦାନ ସଂପର୍କରେ ସଦସ୍ୟ ମାନେ ସ୍ମୃତି ଚାରଣ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ପାଦକ ମହେଶ୍ୱର ପଟ୍ଟନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ଅରବିନ୍ଦ ପଟ୍ଟନାୟକ, ରାମମୂର୍ତ୍ତି ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସତୀଶ ପଟ୍ଟନାୟକ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ରାଜ କିଶୋର ପଟ୍ଟନାୟକ, ବାବୁଲା ପଟ୍ଟନାୟକ, ଅବନୀ ପଟ୍ଟନାୟକ, କୃଷ୍ଣ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ରମେଶ ପଟ୍ଟନାୟକ, ରାମ କ୍ରୀଷ୍ଣା ପଟ୍ଟନାୟକ, ଦାନ୍ତେଶ୍ୱର ଦାସ, କୃଷ୍ଣ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

ବଡ଼ଫୁର୍ଲା ରେ ଧାନ ମଣ୍ଡି ଉଦଘାଟିତ 

masiha

ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ, ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

Leave a Comment

error: Content is protected !!