ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

ନବରଙ୍ଗପୁର:( ୪|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀ ପ୍ରମିଳା ପଟ୍ଟନାୟକଙ୍କ ବିୟୋଗରେ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେଉଟ ସାହି ସ୍ଥିତ କୁଞ୍ଜ ବିହାରୀ ପାଠାଗାରର ବୈଠକ ଗୃହରେ ସଂଘର ଉପ ସଭାପତି କିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଦିବଙ୍ଗତ ପ୍ରମିଳା ପଟ୍ଟନାୟକଙ୍କ ସଙ୍ଘ ପ୍ରତି ଥିବା ଅବଦାନ ସଂପର୍କରେ ସଦସ୍ୟ ମାନେ ସ୍ମୃତି ଚାରଣ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ପାଦକ ମହେଶ୍ୱର ପଟ୍ଟନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ଅରବିନ୍ଦ ପଟ୍ଟନାୟକ, ରାମମୂର୍ତ୍ତି ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସତୀଶ ପଟ୍ଟନାୟକ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ରାଜ କିଶୋର ପଟ୍ଟନାୟକ, ବାବୁଲା ପଟ୍ଟନାୟକ, ଅବନୀ ପଟ୍ଟନାୟକ, କୃଷ୍ଣ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ରମେଶ ପଟ୍ଟନାୟକ, ରାମ କ୍ରୀଷ୍ଣା ପଟ୍ଟନାୟକ, ଦାନ୍ତେଶ୍ୱର ଦାସ, କୃଷ୍ଣ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

masiha

ମନରେଗା ଯୋଜନା କାମ ନେଇ ସମିତି ବୈଠକରେ ଆଲୋଚନା, ସରକାରୀ କାମରେ ବ୍ୟାଘାତକୁ ତୀବ୍ର ନିନ୍ଦା କଲେ ନିର୍ବାଚିତ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!