ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଲାଞ୍ଜିଗଡ଼,୦୫/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ବ୍ଲକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ ଏବଂ ବ୍ଲକ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ପଞ୍ଚାୟତିରାଜ ଓ ଲୋକସେବା ଦିବସ ଉପରେ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ସରୋଜ କୁମାର ପ୍ରଧାନ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପରାକ୍ରମ ଦିବସ ଓ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ ପାଳିତ 

masiha

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

masiha

Leave a Comment

error: Content is protected !!